ଗୃହରେ ପାରିତ ବିଲ୍ କୁ ଅଟକାଇପାରିବେ ନାହିଁ ରାଜ୍ୟପାଳ: ସୁପ୍ରିମକୋର୍ଟ

130

ନୂଆଦିଲ୍ଲୀ: ତାମିଲନାଡୁ ସରକାର ବନାମ ରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୃହରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଅଟକାଇ ପାରିବେ ନାହିଁ। ରାଜ୍ୟପାଳଙ୍କର କୌଣସି ଭିଟୋ କ୍ଷମତା ନାହିଁ। ରାଷ୍ଟ୍ରପତିଙ୍କ ସହମତି ପାଇଁ ତାମିଲନାଡୁ ରାଜ୍ୟପାଳଙ୍କ ୧୦ ଟି ବିଲ୍ ସଂରକ୍ଷଣ ନିଷ୍ପତ୍ତି ବେଆଇନ ଘୋଷିତ ହୋଇଛି ଏବଂ ଏହାକୁ ରଦ୍ଦ କରାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ରାଜ୍ୟପାଳ ସଦଭାବନାପୂର୍ବକ କାର୍ଯ୍ୟ କରିନାହାଁନ୍ତି। ସେହି ଦିନ ରାଜ୍ୟପାଳଙ୍କ ଦ୍ଵାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା, ଯେଉଁ ଦିନ ଏଗୁଡିକୁ ପୁନଃ ପାରିତ କରାଯାଇଥିଲା।

Comments are closed, but trackbacks and pingbacks are open.