ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ
ଦକ୍ଷତା ବିକାଶ କର୍ମଶାଳା ଉଦ୍‌ଘାଟିତ

126

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବିନ୍ୟାସ ପାଇଁ ଅଧ୍ୟକ୍ଷମାନଙ୍କୁ ମନ୍ତ୍ରଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ କୃଷି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳା । ଏହି ଅବରସରରେ ୨୦୨୨ ମସିହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷାରେ ବିଭିନ୍ନ ଟ୍ରେଡରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ଉପରେ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହିତ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଅଧ୍ୟକ୍ଷମାନଙ୍କର କର୍ତ୍ତବ୍ୟ ଉପରେ ପରାମର୍ଶ ଦେଇଥିଲେ ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ନିମନ୍ତେ ବ୍ଲକରେ ଥିବା ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ସହ ସମନ୍ୱୟ ରଖି ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ ନାମଲେଖା ଅଭିଯାନ ପାଇଁ ପରାମର୍ଶ ଦିଆ ଯାଇଥିଲା I

ଏହି ଅବସରରେ ସମଗ୍ର ଶିକ୍ଷା ଓ ଷ୍ଟାର୍ଷ ମାଧ୍ୟମରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ , ୧୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ର ପୁନର୍ବିନ୍ୟାସ ଓ ଅନୁଦାନର ସୁବିନିଯୋଗ ଉପରେ ଆଲୋଚନା ହୋଇଥିଲା ।

ଏହାପରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କନିଷ୍ଠ ମେଧାବୃତ୍ତି, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ବିଭିନ୍ନ ପ୍ରତିଯୋଗୀତା ଆୟୋଜନ, ଆଦି ବବିିଧ ପ୍ରସଙ୍ଗ ରେ ଆଲେ ।ଚନା ହେବା ସଙ୍ଗେ ସଙ୍ଗେ ବିଶେଷ କରି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକୁ କିପରି ସୁଦୃଢ କରାଯାଇ ପାରିବ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ କର୍ମ ସଂସ୍ଥାନରେ ଯୋଗ ଦେଇ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେ ଦିଗରେ ଅଧ୍ୟକ୍ଷମାନେ ଧ୍ୟାନ ଦେବାକୁ ପରମର୍ଶ ଦିଆଯାଇଥିଲା ।

ୟୁନିସେଫ ତରଫରୁ ଯଶୋବନ୍ତ ଶିଙ୍ଘାଲ ଓଡିଶା କ୍ୟାରୀୟର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନିଜର ଦ କ୍ଷତା ଓ ରଚୁି ଅନୁଯାୟୀ ବୃତ୍ତି ଚ ୟନ କରିବେ ଓ ନିଜ ଲ କ୍ଷସ୍ଥଳ ରେ ପହ ଞ୍ଚି ପାରିବେ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ ଓ ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ପୋର୍ଟାଲକୁ ଲଗ୍‌ଇନ କରିବେ ସେ ବିଷୟରେ ତାଲିମ ଦେଇଥିଲେ ।

କାର୍ଯ୍ୟକ୍ରମରେ କାନଡା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଓ ମୁଖ୍ୟ ଡ. ଉଦୟନାଥ ଦାଶ ଯୋଗଦେଇ ଅଧ୍ୟକ୍ଷମାନଙ୍କର କର୍ମକ୍ଷେତ୍ରରେ ଉପୁଜୁଥିବା ମାନସିକ ଚାପ ନିୟନ୍ତ୍ରଣ ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ସେମାନେ କିପରି ନିଜର କାର୍ଯ୍ୟରୁ ଆତ୍ମତୃପ୍ତି ଲାଭ କରିବେ ସେ ଦିଗରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଶୀ୍ର ନରହରି ସେଠୀ, ବିଦ୍ୟାଳ ୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ଡ. ଯଶୋବନ୍ତ ସାମଲ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ଓ ବ୍ରହ୍ମପୁର, ଓସେପା ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟରଅଧିକାରୀମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.