ସରକାରୀ ସ୍କୁଲ ହେବ ପ୍ରାଇଭେଟ୍ ସ୍କୁଲ !

22

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ ଦିଆଯିବ । ପିଲାଙ୍କୁ କଣ ହୋମ ୱର୍କ ଦିଆଯାଉଛି ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ଏହି ନୋଟ୍ ବୁକରେ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକ ମାନେ ପିଲା କଣ ପଢୁଛନ୍ତି ତାହା ଜାଣିପାରିବେ । ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବକୁ ପହଂଚିଛି । ମାର୍ଚ୍ଚ ୧୦ ରେ ମାଟ୍ରିକ ପରୀକ୍ଷା ହେବ । ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା । ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି ।

ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି, କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବା କୁ ଚେତାବନୀ ଦେଇଛନ୍ତି । ଏକଥା ଆମ ନଜର କୁ ଆସିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଅଧ୍ୟାପକଙ୍କୁ ଅନୁରୋଧ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ଥିବା ଶିକ୍ଷକ ଅଭାବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ସେ କହିଛନ୍ତି ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ ଗୁଡିକରେ ଆଗକୁ ମାସ ଟିଚର ରିକ୍ରୁଟିମେଣ୍ଟ କରାଯିବ । ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.