ସାଂସଦଙ୍କ ଉଦ୍ୟମରେ ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର
ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କପାଇଁ ଉଦ୍ଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ ସହିଦନଗର ରହିଥିଲେ ମଧ୍ୟ ଓ ୧୯୬୭ ମସିହାରୁ ଏଠାରେ ଏକ ହାଟ ଚାଲିଥିଲା । ଏହା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ଲୋକ ନିର୍ଭର କରନ୍ତି । ତେବେ ସ୍ଥାୟୀ ହାଟ ପାଇଁ ନିର୍ଦ୍ଧିଷ୍ଟ ଜମି ନଥିବାରୁ ବ୍ୟବସାୟୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ । ବହୁ ସମୟରେ ସେମାନଙ୍କର ଦୋକାନକୁ ଜବରଦଖଲ ଦର୍ଶାଇ ଉଠାଇ ଦିଆଯାଉଥିଲା ଓ କେତେ ବେଳେ ଭାଙ୍ଗି ମଧ୍ୟ ଦିଆଯାଉଥିଲା । ତେବେ ଦୀର୍ଘଦିନରୁ ରହିଆସିଥିବା ଏହି ସମସ୍ୟାର ସମାଧାନ ନହେବା ପରେ ବ୍ୟବସାୟୀମାନଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଏ ସଂପର୍କରେ ଅବଗତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୨୦୨୫ ଜାନୁଆରୀ ୪ତାରିଖରେ ସାକ୍ଷାତ କରି ଆଲୋଚନା କରିଥିଲେ । ଏକ ସ୍ଥାୟୀ ହାଟ ପାଇଁ ଜମି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷୁଦ୍ର ବ୍ୟବସାୟୀମାନଙ୍କର ସମସ୍ୟାକୁ ହୃଦୟଙ୍ଗମ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଫଳରେ ଏଣିକି କ୍ଷୁଦ୍ର ବ୍ୟବସାୟୀମାନେ ଏହି ହାଟରେ ସ୍ଥାୟୀଭାବେ ନିର୍ଭିଘ୍ନରେ ବ୍ୟବସାୟ କରିପାରିବେ ଓ
ପ୍ରାୟ ୪୦୦ ବ୍ୟବସାୟୀ ଏହା ଦ୍ୱାରା ଉପକୃତ ହେବେ ।
ପାଖାପାଖି ୨୦ ବର୍ଷର ସମସ୍ୟାର ସମାଧାନ କରିଛି ମୋହନ ସରକାର ବୋଲି କହିଛନ୍ତି ସାଂସଦ । ୧୯୬୬ ମସିହାରେ ସହିଦ ନଗରରେ ହାଟ ଆରମ୍ଭ ହୋଇଥିଲା । ଏହା ପରେ ପରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଦୋକାନୀ । ସୁରକ୍ଷା କୁ ନେଇ ଉଠୁଥିଲା ପ୍ରଶ୍ନ । ବିଗତ ୨୫ ବର୍ଷ ଭିତରେ ଉଠା ଦୋକାନ ଙ୍କ ପ୍ରତି ହୋଇଛି ପ୍ରବଳ ଅନ୍ୟାୟ । ୨୦୦୪ ରେ ଭବାନୀ ମଲ୍ ହେବାଯୋଗୁଁ ଏକାଧିକ ଦୋକାନୀ ଙ୍କୁ ହଟାଯାଇଥିଲା, ସେତେବେଳେ ହିଁ ସହିଦନଗର ହାଟ ହୋଇଥିଲା । ଏବେ ୫୦୦ ରୁ ଉର୍ଦ୍ଧ ଦୋକାନୀ ସେଠାରେ ଦୋକାନ କରିଛନ୍ତି । ପ୍ରତି ଦୋକାନୀ ଙ୍କ ସୁରକ୍ଷା କୁ ନେଇ ଜମି ହସ୍ତାନ୍ତର ସହ ଏହାର ଉନ୍ନତିକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ କୁ ହସ୍ତାନ୍ତର କରିବା ପାଇଁ ୨୦୦୪ ରୁ ନିବେଦନ ହୋଇଥିଲା । ୨୦୦୯ ରେ ତତ୍କାଳୀନ ବିଧାୟକ ଏହାକୁ ନେଇ ଦାବି କରିଥିଲେ । ଏହାକୁ ତତ୍କାଳୀନ ସରକାର ଏହାକୁ ଗ୍ରହଣ କରୁନଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ସାଂସଦ ଭାବେ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ଏବେ ଆମର ନୂଆ ସରକାର ଆସିବା ପରେ ୩ ଜାନୁଆରୀ ୨୦୨୫ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ସମସ୍ତ ତଥ୍ୟ ଦେଇଥିଲେ ସାଂସଦ । ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି କହିଥିଲୁ । ଦୁଇ ମାସ ନ ହେଉଣୁ ଆଜି ଏହାର ସମାଧାନ କରିଛନ୍ତି । ଏବେ ୫ ଟି ପ୍ଲଟ ରେ ୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହସ୍ତାନ୍ତର ହୋଇଛି । ଏବେ ଭୁବନେଶ୍ୱର ମହାନଗର ନିଗମ ର ରକ୍ଷଣା ବେକ୍ଷଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିରେ ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ । ଆଜି ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଦେଇଛନ୍ତି ସହିଦନଗର ହାଟ ଦୋକାନୀ ।
Comments are closed, but trackbacks and pingbacks are open.