ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରି

821

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ ମାଡ଼ିବସିଛ। ଭିଜିଲାନ୍ସ ଟିମ, ସୂଚନା ମୁତାବକ ଏଡତାଳ ପଞ୍ଚାୟତର ଏକ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇ ଥିଲା। ଏହି କାର୍ଯ୍ୟର ବିଲ କରାଇଦେବା ପାଇ ଯନ୍ତ୍ରୀଙ୍କୁ ବାରମ୍ବାର କହିବା ସତ୍ୱେ ବିଲ କରୁ ନ ଥିଲେ, ଶନିବାର ଏହି ବିଲ୍‌ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଭିଜିଲାନସ ଟିମ୍‌ ଗିରଫ କରିଛି। ଅନ୍ୟପକ୍ଷେ ଖଣ୍ଡପଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଗିରଫ ହୋଇଛନ୍ତି। ବିଲ ରିଲିଜ କରିବାକୁ କହି ସେ ଠିକାଦାରଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ।

Comments are closed, but trackbacks and pingbacks are open.