ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର: ରାଷ୍ଟ୍ରପତି

92

ନୂଆଦିଲ୍ଲୀ: ରାଷ୍ଟ୍ରପତି ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିର ପ୍ରଶାନ୍ତି ନୀଳୟମରେ ଶ୍ରୀ ସତ୍ୟସାଇ ବାବାଙ୍କ ଶତବାର୍ଷିକୀ ପାଳନ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସେ ସାଇ କୁଲୱନ୍ତ ହଲରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ସରକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଲୋକଙ୍କ ଦକ୍ଷତା ଏବଂ କ୍ଷମତାକୁ ରାଷ୍ଟ୍ରର ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ। ରାଷ୍ଟ୍ରପତି କହିଛନ୍ତି ଯେ, ଆଧ୍ୟାତ୍ମିକ ସଂଗଠନ, ଏନଜିଓ, ଘରୋଇ କ୍ଷେତ୍ର ଏବଂ ନାଗରିକଙ୍କ ସାମୂହିକ ପ୍ରୟାସ ଦ୍ୱାରା ଭାରତ ୨୦୪୭ ସୁଦ୍ଧା ବିକଶିତ ହୋଇପାରିବ।

Comments are closed, but trackbacks and pingbacks are open.