କେନ୍ଦ୍ରପତ୍ର ତୋଳାଳି ଓ କର୍ମଚାରୀଙ୍କ ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି: ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ

271

ଭୁବନେଶ୍ଵର: ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କୁ ନ୍ୟାୟ ମିଳିବ ଓ କେନ୍ଦ୍ରପତ୍ର ତୋଳାଳି ଓ କର୍ମଚାରୀଙ୍କ ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭବାନୀପାଟଣା ଟାଉନହଲଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବଲାଙ୍ଗୀର ସର୍କଲ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କ ଏକବର୍ଷର ଉପଲବ୍ଧି ସଂପର୍କରେ ସୂଚନା ଦେଇଛନ୍ତି। କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ଯଦୁମଣି ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର, ଦକ୍ଷିଣ ବନଖଣ୍ଡ ଅଧିକାରୀ କଲାଇ ଭାନନ ଆର୍‌, ବଲାଙ୍ଗୀର ଡିଏଫଓ ପ୍ରଦୀପ ମିରେପ, ଟିଟିଲାଗଡ଼ ସର୍କଲ ଡିଏଫଓ ପି.ରଶ୍ମୀ ଏବଂ କଳାହାଣ୍ଡି କେନ୍ଦୁପତ୍ର ତୋଳାଳି କର୍ମଚାରୀ ସଂଘ ସଭାପତି ଚିରାଗ ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନେକ କୃତିତ୍ବ ହାସଲ କରିଥିବା ବିଭିନ୍ନ ରେଞ୍ଜର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭବାନୀପାଟଣା ଡିଭିଜନ ପକ୍ଷରୁ ୧୬ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଛି।

Comments are closed, but trackbacks and pingbacks are open.