ପୌର ନିର୍ବାଚନ ପାଇଁ ସରକାରଙ୍କ ଛୁଟି ଘୋଷଣା : ୩ ଦିନ ଯାଏ ନେଇପାରିବେ ଛୁଟି

23

ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାରୁ ଉକ୍ତଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଂଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଂଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ଓ ଏନଏଏସି ଅଂଚଳର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମତଦାନ ପାଇଁ ଛୁଟି ପ୍ରଦାନ କରାଯିବ । ଚାକିରିଆ ଆବେଦନ କଲେ ତିନିଦିନ ପର୍ୟ୍ୟନ୍ତ ସ୍ପେଶାଲ କାଜୁଆଲ ଲିଭ ଦେବା ପାଇଁ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜ୍ୟ ଶ୍ରମ ବିଭାଗ । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Comments are closed, but trackbacks and pingbacks are open.