ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣାରେ କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର: ଆଇନ ମନ୍ତ୍ରୀ

208

ଭୁବନେଶ୍ୱର : ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ। ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ସୋସିଆଲ ମିଡିଆରେ ଆଶୀର୍ବାଦ-945 ନାମକ ଆଇଡି ବ୍ୟବହାର କରୁଥିବା ବ୍ୟକ୍ତି ଫଟୋ କରିଛନ୍ତି ଭାଇରାଲ। ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ। ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଲେ ତାହାର ତଦନ୍ତ ଦାବି ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି l ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି । ପୁରୁଣା ଆଇନରେ ଅନେକଗୁଡ଼ିଏ ଦଣ୍ଡବିଧାନର ପ୍ରାବଧାନ ଅଛି । ସେଥିରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମନ୍ଦିର ଭିତରେ ଫଟୋ ଉଠା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରକ୍ରିୟା ଚାଲିଛି’।

Comments are closed, but trackbacks and pingbacks are open.