EPFO ର ସୁଧ ହାର ହ୍ରାସ କରିବାକୁ ସରକାର ଙ୍କ ଅନୁମୋଦନ,ଜାଣନ୍ତୁ ବର୍ତ୍ତମାନ କର୍ମଚାରୀମାନଙ୍କ ସୁଧ କେତେ ହେବ

24

୨୦୨୧ -୨୨ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ସୁଧ ହ୍ରାସ କଲେ କେନ୍ଦ୍ର ସରକାର I ୨୦୨୧-୨୨ ପାଇଁ ଇପିଏଫ ଉପରେ ସୁଧ ହାର ୮.୧ ପ୍ରତିଶତ ସୁଧ ହାର ଅନୁମୋଦନ କରିଛନ୍ତି। ୪ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ଅଟେ I ଫଳରେ ଏହା ପାଞ୍ଚ କୋଟି EPFO କର୍ମଚାରୀଙ୍କୁ ପ୍ରଭାବିତ କରିବ I ମାର୍ଚ୍ଚ ପୂର୍ବରୁ, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ୨୦୧୧ -୨୨ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ୮ .୫ ପ୍ରତିଶତରୁ ୮ .୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି I
ସେହିପରି ଦେଖିବାକୁ ଗଲେ ଗତ ୨୦୧୯-୨୦ରେ ଏହା ୮.୫ ପ୍ରତିଶତ,୨୦୧୮-୧୯ରେ ୮.୬୫ ପ୍ରତିଶତ, ୨୦୧୭-୧୮ରେ ୮.୫୫ ପ୍ରତିଶତ ରହିଥିଲା । ଚଳିତ ବର୍ଷ ଫେବୃଆରୀରେ ଇପିଏଫଓ ପକ୍ଷରୁ ୧୨.୮୫ ଲକ୍ଷ ଗ୍ରାହକଙ୍କୁ ଏନରୋଲ କରାଯାଇଥିବା ବେଳେ ମାର୍ଚ୍ଚରେ ତାହା ୧୯ ପ୍ରତିଶତ ବୃଦ୍ଧି ପାଇଁ ୧୫.୩୨ ଲକ୍ଷରେ ପହଞ୍ଚିଛି ।

ଇପିଏଫଓ ବାର୍ଷିକ ଆଧାରରେ ଇପିଏଫ ଯୋଜନା ପାଇଁ ସୁଧ ହାର ନିର୍ଦ୍ଧାରିତ କରିଥାଏ। ବଜାର ସ୍ଥିତି ଉପରେ ସୁଧ ହାର ନିର୍ଭର କରିଥାଏ ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହାର ସମୀକ୍ଷା କରାଯାଇଥାଏ। ଇପିଏଫଓ ନିଜର ବାର୍ଷିକ ହିସାବର ୮୫ ପ୍ରତିଶତ ସରକାରୀ ସିକ୍ୟୁରିଟିଜ୍ ଏବଂ ବଣ୍ଡ ସହ ବକେୟା ଉପକରଣରୁ ଏବଂ ୧୫ ପ୍ରତିଶତ ଇଟିଏଫ ମାଧ୍ୟମରେ ଇକ୍ୱିଟିରେ ନିବେଶ କରିଥାଏ। ଡେବିଟ୍ ଏବଂ ଇକ୍ୱିଟି ଉଭୟରୁ ହୋଇଥିବା ଆୟରୁ ବିନିଯୋଗ କରି ସୁଧ ଦିଆଯାଇଥାଏ।

ଉଲ୍ଲେଖଯୋଗ୍ୟ ଯେ, ଜଣେ କର୍ମଚାରୀଙ୍କ ବେସିକ୍ ସାଲାରୀ ଏବଂ ମହଙ୍ଗା ଭତ୍ତାକୁ ମିଶିବା ପରେ ଯେଉଁ ରାଶି ହୋଇଥାଏ, ତାହାର ୧୨ ପ୍ରତିଶତ ଅଂଶ ତାଙ୍କ ପିଏଫ ଖାତାରେ ଜମା କରାଯାଇଥାଏ। କମ୍ପାନିର ୧୨ ପ୍ରତିଶତରୁ ୩.୬୭ ପ୍ରତିଶତ କର୍ମଚାରୀଙ୍କ ପିଏଫ ଆକାଉଣ୍ଟ(ଇପିଏଫ)ରେ ଜମା ହୋଇଥାଏ ଏବଂ ବଳକା ୮.୩୩ ପ୍ରତିଶତ କର୍ମଚାରୀଙ୍କ ପେନସନ ସ୍କିମ (ଇପିଏସ)ରେ ଜମା ହୋଇଥାଏ।

Comments are closed, but trackbacks and pingbacks are open.