ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତକୁ ଚିହ୍ନିଲେ ପୀଡ଼ିତା

476

ଭୁବନେଶ୍ବର: ଗତ ରବିବାର ଦିନ ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ପୋଲିସ ୪ ନାବାଳକ ଓ ୬ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ କ୍ରାଇମବ୍ରାଞ୍ଚ୍ ଟି ଆଇ ପ୍ୟାରେଡ୍ ପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ଗତକାଲି ମଣ୍ଡଳ କାରାଗାରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୀଡ଼ିତା ଜଣକ ସମସ୍ତ ଅଭିଯୁକ୍ତ କୁ ଚିହ୍ନଟ କରିଥିଲେ। ଚିହ୍ନଟ ଅଭିଯୁକ୍ତମାନେ ହେଲେ ପ୍ରମୋଦ କୁମାର ନାୟକ, ବାବୁରାମ ଦଳେଇ, ଲକ୍ଷଣ ପ୍ରଧାନ, କୁନାଲ୍ ପ୍ରଧାନ, ଦୀପକ୍ ତରାଇ ଓ କୁନା ପ୍ରଧାନ ବୋଲି ଜଣାପଡିଛି। ଉକ୍ତ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ମଣ୍ଡଳ କାରାଗାରରେ ଥିବା ବେଳେ ନାବାଳକ ସମସ୍ତେ ସ୍ବତନ୍ତ୍ର ଜୁଭେନାଇଲ୍ ହୋମ୍ ରେ ଅଛନ୍ତି। ଆବଶ୍ୟକ ପଡିଲେ ସମସ୍ତ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୁଚନା ମିଳିଛି।

Comments are closed, but trackbacks and pingbacks are open.