ମାନସିକ ରୋଗୀ ନୁହେଁ ଗୋପାଳ !

23

ନବ ଦାସଙ୍କ ହତ୍ୟା କାଣ୍ଡରେ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ରୋଗ ପରୀକ୍ଷା ପାଇଁ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଗୋପାଳର ମାନସିକ ରୋଗ ସଂପର୍କରେ ଅଧିକ ସ୍ପଷ୍ଟ ହେବା ପାଇଁ ତାକୁ ବେଙ୍ଗାଲୁରୁ ସ୍ଥିତ ନିମହାନ୍‌ସ କୁ ନେବା ପାଇଁ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ାର ଜେଏମ୍‌ଏଫ୍‌ସି-୧ରେ ଅନୁମତି ଲୋଡି ଥିବା ବେଳେ ଅଦାଲତ ତାହାକୁ ଖାରଜ କରି ଦେଇଛନ୍ତି । ଫଳରେ କ୍ରାଇମବ୍ରାଞ୍ଚ ଏବେ ଏହି ଅନୁମତି ପାଇଁ ଉଚ୍ଚ ଅଦାଲତକୁ ଯିବାର ଯୋଜନା କରୁଛି ବୋଲି ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦେଇଛି ।

କିନ୍ତୁ ଗୋପାଳର ଏଭଳି ମାନସିକ ସମସ୍ୟା ଦିଗଟିକୁ ପ୍ରମାଣିତ କରି କଣ କରିବାକୁ ଉଦ୍ୟମ ହେଉଛି, ତାହା ବିଭିନ୍ନ ମହଲରେ ଏବେ ସନ୍ଦେହର କାରଣ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ଗୋପାଳର ଲମ୍ବା ମାନସିକ ସମସ୍ୟା ରେଡର୍କ ଥିବାରୁ ସେ ସଂପର୍କରେ ଛାନଭିନ୍ କରିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା । କଟକର ଏସସିବି ମେଡିକାଲ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ୪ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ଏହି ବୋର୍ଡ ଝାରସୁଗୁଡା ଯାଇ ଗୋପାଳର ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ । କିନ୍ତୁ ଏହି ମେଡିକାଲ ବୋର୍ଡ ଗୋପାଳର ମାନସିକ ସମସ୍ୟାକୁ ନେଇ କୌଣସି ଚୂଡାନ୍ତ ଅଥବା ସ୍ପଷ୍ଟ ନିଷ୍କର୍ସରେ ପହଞ୍ଚି ପାରି ନଥିଲା ।

ଫଳରେ ଏହି ବୋର୍ଡର ପରାମର୍ଶ ଅନୁଯାୟୀ ଗୋପାଳର ମାନସିକ ସମସ୍ୟା ସଂପର୍କିତ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାକୁ ବେଙ୍ଗାଲୁରୁ ନିମହାନ୍‌ସ ନେବା ପାଇଁ ଅନୁମତି ଦେବାକୁ କ୍ରାଇମବ୍ରାଞ୍ଚ ଅଦାଲତରେ ଆବେଦନ କରିଥିଲା । ସେହି ଆବେଦନ କିନ୍ତୁ ଖାରଜ ହୋଇଯିବା ପରେ କ୍ରାଇମବ୍ରାଞ୍ଚ ଏକପ୍ରକାର ଅଡୁଆରେ ପଡିଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ କୋର୍ଟର ଅର୍ଡର କପିକୁ ଅପେକ୍ଷା କରାଯାଉଛି । ତାହାକୁ ତର୍ଜମା କରାଯିବା ପରେ ଏଥିପାଇଁ ଅନୁମତି ନେବାକୁ ଆବଶ୍ୟକ ପଡ଼ିଲେ ଉପର ଅଦାଲତରେ ଆବେଦନ କରାଯିବ ।ତେବେ ଆଗକୁ ଏହି ଘଟଣା କଣ ମୋଡ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.