ଆଉ ୪ ଦିନ ରିମାଣ୍ଡରେ ଗଲା ଗୋପାଳ ଦାସ

25

ଭୁବନେଶ୍ୱର : ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ I ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମାଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋପାଳ ଦାସ I ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ୯ ଦିନ ପାଇଁ ଗୋପାଳକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ହେଲେ କୋର୍ଟ କେବଳ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ୱିତ କରିଥିବା ବେଳେ ଆଜି ଅଭିଯୁକ୍ତ ଗୋପାଳ ଦାସର ୪ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା । ପ୍ରଥମ ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ସୂଚନା ଅନୂୁସାରେ ତିନି ଦିନ କ୍ରାଇମବ୍ରାଞ୍ଚ ଏଡିଜି ଜେରା କରିବାବେଳେ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତିି ତଦନ୍ତକାରୀ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରିଥିଲା । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଞ୍ଚ କରିଥିଲା।

ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାରୁ ଗୋପାଳ ଦାସଙ୍କୁ ଅଧିକ ପଚରାଉଚରା ପାଇଁ ସାନି ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଝାରସୁଗୁଡା ଜେଏମଏଫସି କୋର୍ଟ କ୍ରାଇମବ୍ରାଞ୍ଚକୁ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିଲେ। ଆଜି ମିଳିଥିବା ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି।

ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ସକାଳୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳସ୍ଥିତ ଘରକୁ ଯାଇ ବ୍ୟାଙ୍କ ପାସବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହାସହିତ ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ପଚରାଉଚରା କରିଛନ୍ତି।

Comments are closed, but trackbacks and pingbacks are open.