ଗୁଗୁଲ୍ ବ୍ୟାନ୍ କଲା ଏହି ଆପ୍ , ତୁରନ୍ତ କରନ୍ତୁ ଡିଲିଟ୍…

19

ଗୁଗୁଲ୍ ପ୍ଲେ ଷ୍ଟୋର୍ ନିକଟରେ ତା ପ୍ଲାଟଫର୍ମରୁ ଦୁଇଟି ବିପଜ୍ଜନକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଆପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଯାହାକୁ ଲୋକମାନେ ପ୍ରାୟତଃ ପ୍ଲେ ଷ୍ଟୋରରେ ଖୋଜିଥାନ୍ତି । ବାସ୍ତବରେ, କମ୍ପାନୀ ଯେଉଁ ଦୁଇଟି ଆପ୍‌କୁ ବ୍ୟାନ୍‌ କରାଯାଇଛି । ସେ ହେଉଛି ସ୍ମାର୍ଟ ଟିଭି ରିମୋଟ ଏବଂ ହାଲୋଏନ୍ କଲରିଂ । କାସପର୍ସ୍କିଙ୍କ ସୁରକ୍ଷା ବିଶ୍ଳେଷକ ଟ୍ୱିଟର ମାଧ୍ୟମରେ ଏହି ଦୁଇଟି ଆପର ନାମ ପ୍ରକାଶ କରିଛନ୍ତି। ଏନେଇ ଶିଶକୋବା କହିଛନ୍ତି ଯେ ଏହି ଆପଗୁଡ଼ିକ ଜୋକର ମାଲୱେୟାର ସହିତ ଜଡିତ ଅଛି।
ଜୋକର୍ ମେଲୱେର୍ ଏକ ବିପଜ୍ଜନକ ଏବଂ ଲୋକପ୍ରିୟ ମେଲୱେର୍ ଅଟେ । ଏହା ଉପଭୋକ୍ତାମାନଙ୍କୁ ସେମାନଙ୍କର ଜ୍ଞାନ ବିନା ପ୍ରିମିୟମ୍ ବିଷୟବସ୍ତୁକୁ ସବସ୍କ୍ରାଇବ କରିଥାଏ । ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ମାର୍ଟ ଟିଭି ରିମୋଟ ଆପରେ ରିସୋର୍ସ / ଆସେସ୍ଟ/ kup3x4nowz ଫାଇଲ ଲୁଚି ରହିଥାଏ ଏବଂ ହାଲୋଏନ୍ କଲରିଂ ଆପରେ q7y4prmugi ନାମକ ଏକ ଫାଇଲ ଲୁଚି ରହିଛି। ସୂଚନାଯୋଗ୍ୟ ଯେ ଆପ୍ସରେ ଲୁଚି ରହିଥିବା ବିପଜ୍ଜନକ ଫାଇଲଗୁଡିକ ଏପରି ଭାବରେ ଏନକ୍ରିପ୍ଟଡେ ହୋଇଛି ଯେ ସେଗୁଡିକ କୌଣସି ଆଣ୍ଟିଭାଇରସ୍ ଦ୍ୱାରା ଧରାଯିବ ନାହିଁ ।
ଯଦି ଆପଣ କୌଣସି ଆପ୍ ‘ସ୍ମାର୍ଟ ଟିଭି ରିମୋଟ’ ଏବଂ ‘ହାଲୋଏନ୍ କଲରିଂ’ ଡାଉନଲୋଡ୍ କରିଛନ୍ତି କିମ୍ବା ବ୍ୟବହାର କରିଛନ୍ତି, ତେବେ ତୁରନ୍ତ ଆପଣଙ୍କ ସ୍ମାର୍ଟଫୋନ୍ ରୁ ସେଗୁଡ଼ିକୁ ଡିଲିଟ୍‌ କରିବାକୁ ପରାମର୍ଶ ଦିଆଯାଇଛି । ଆପଣଙ୍କୁ ମଧ୍ୟ ଯାଞ୍ଚ କରିବାକୁ ପଡିବ ଯେ ଏହି ଆପଗୁଡ଼ିକ ଆପଣଙ୍କ ବିନା ଅନୁମତି କୌଣସି ପ୍ରିମିୟମ ସେବା ପାଇଁ ସାଇନ୍ ଅପ୍ ହୋଇ ନାହିଁ ତ।
ଆପଣାନ୍ତୁ ଏହି ଉପାୟ
୧. ପ୍ରଥମେ ଆପଣଙ୍କର ଫୋନ୍ ଯାଞ୍ଚ କରନ୍ତୁ ଯେ କୌଣସି ଆପ୍ ନାହିଁ ଯାହାକୁ ଆପଣ ଡାଉନଲୋଡ୍ କରିନାହାଁନ୍ତି, ତଥାପି ଫୋନରେ ରହିଛି । ଯଦି ଏପରି ଆପ୍ ଅଛି ତେବେ ତୁରନ୍ତ ଡିଲିଟ୍ କରନ୍ତୁ ।
୨. ଆହୁରି ମଧ୍ୟ ଦେଖନ୍ତୁ କିଛି ଆପ୍ ଆବଶ୍ୟକତାଠାରୁ ଅଧିକ ଡାଟା ଖାଉଛି କି । ତେବେ ତାହାକୁ ତୁରନ୍ତ ଫୋନ୍‌ରୁ ହଟାନ୍ତୁ ।
୩. ଯେବେ ବି ନୂଆ ଆପ୍ ଡାଉନଲୋଡ୍ କରିବା ପୂର୍ବରୁ, ଦୟାକରି ଆପ୍ ଷ୍ଟୋର୍‌ରେ ଏହାର ବିଷୟ ସମୀକ୍ଷା ପଢି ନିଅନ୍ତୁ ।

Leave A Reply

Your email address will not be published.