ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ୧୪ ଦିନ ବନ୍ଦ ରହିବ

111

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଅଗଷ୍ଟ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ୪ ରବିବାର ଓ ୨ ଶନିବାର ଅର୍ଥାତ ୬ ଦିନ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା କାରଣରୁ ୮ ଦିନ ବ୍ୟାଙ୍କରେ କାମ ହେବନି । ଅଗଷ୍ଟ ମାସରେ କେଉଁ କେଉଁ ଦିନ ବ୍ୟାଙ୍କରେ କାମ ବନ୍ଦ ରହିବ ଜାଣନ୍ତୁ ।
କୋଚି ଓ ଥିରୁଅନନ୍ତପୁରମରେ ୨୬ ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ୨୬ ଅଗଷ୍ଟ ଚତୁର୍ଥ ଶନିବାର ଓ ୨୭ ଅଗଷ୍ଟ ରବିବାର ରହିଛି । ସେପଟେ ୨୮ ଅଗଷ୍ଟରେ ଓନାମ ଓ ୨୯ ଅଗଷ୍ଟରେ ତିରୁଓଣମ କାରଣରୁ କେରଳର ଏହି ଦୁଇ ସହରରେ ବ୍ୟାଙ୍କ ବନ୍ଦ ରହିବ ।
ସେହିପରି ଚଳିତ ମାସର ଶେଷ ତାରିଖ ଅର୍ଥାତ ଜୁଲାଇ ୩୧ ସୁଦ୍ଧା ଏହି ଗୁରୁତ୍ବପୂର୍ଣ୍ଣ କାମ କରିନିଅନ୍ତୁ । କାରଣ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବା ସହ PM ଫସଲ ବୀମା ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଏ ମାସ ଶେଷ ତାରିଖ ନିର୍ଦ୍ଧାରିତ ହୋଇଛି ।

Comments are closed, but trackbacks and pingbacks are open.