ଶ୍ରୀବାଣୀକ୍ଷେତ୍ରରେ ସୁନାବେଶ ସଂପନ୍ନ

216

ଭୁବନେଶ୍ୱର, ୬। ୭: ପ୍ରତିବର୍ଷ ପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି। ଏଠାରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡ଼ମ୍ବରରେ ସଂପନ୍ନ ହୋଇଥିଲା। ବାହୁଡ଼ାରେ ଗୁଣ୍ଡିଚା ମନ୍ଦିରରୁ ଠାକୁରମାନେ ଫେରିବା ପରେ ଶ୍ରୀବାଣୀକ୍ଷେତ୍ରରେ ପ୍ରତିବର୍ଷ ସୁନାବେଶ ଆୟୋଜିତ ହୋଇଥାଏ। ଆଜି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇଥିଲା।

ଠାକୁରମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଆଦି ଦିଆଯାଇ ସୁନାବେଶ ବା ରାଜାଧିରାଜ ବେଶ କରାଯାଇଥାଏ। ଭକ୍ତମାନେ ଆଜି ଠାକୁରମାନଙ୍କ ସ୍ୱର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ। ସୁନାବେଶରେ ସାଧାରଣତଃ ଠାକୁରମାନଙ୍କର ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରିଟି, ସୂର୍ଯ୍ୟ, ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଦ୍ଧମାନ ଲାଗି କରାଯାଇଥାଏ। ପରମ୍ପରା ଅନୁସାରେ ଉପରୋକ୍ତ ସ୍ୱର୍ଣ୍ଣ ଅଳଙ୍କାରମାନ ଠାକୁରଙ୍କ ଦେହରେ ଶୋଭା ପାଇଥିଲା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ଏହି ମହାବେଶ ଅତି ସୁନ୍ଦର ଭାବେ ପରିବେଶକୁ ଆଧ୍ୟାତ୍ମିକମୟ କରି ତୋଳିଥିଲା। ଏହି ଅବସରରେ ଶ୍ରୀବାଣୀକ୍ଷେତ୍ରରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Comments are closed, but trackbacks and pingbacks are open.