ସୁନା ମୂଲ୍ୟ କମିଲା, ରୁପା ସ୍ଥିର

35

ମୁମ୍ବାଇ: ଧନ୍‌ତେରାସ୍ ଓ ଦୀପାବଳି ପର୍ବ ଅବସରରେ ଶନିବାର ସୁନା ମୂଲ୍ୟରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟ କିନ୍ତୁ ଅପରିବର୍ତ୍ତିତ ରହିଥିବା ଜଣାପଡିଛି । ଶନିବାର ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୪୬,୩୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୦,୬୦୦ ଟଙ୍କା ରହିଛି । ତେବେ ରୁପା ମୂଲ୍ୟ କିଲୋ ପିଛା ୫୬,୧୫୦ ଟଙ୍କା ଅପରିବର୍ତ୍ତିତ ରହିଥିବା ଲକ୍ଷ୍ୟ କରାଯାଇଛି । ବିଗତ ତିନି ସପ୍ତାହ ଧରି ଆନ୍ତର୍ଜାତିକ ମାର୍କେଟରେ ଆମେରିକୀୟ ଡଲାର ଆଶାନୁରୂପ ବ୍ୟବସାୟ କରିନଥିବା ଏବଂ ଆମେରିକା ଫେଡେରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିଥିବାରୁ ସୁନା ମୂଲ୍ୟ ବୃଦ୍ଧି ପାଇଥିଲା । ଶୁକ୍ରବାର ଆମେରିକାରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୬୪୯.୮୦ ଡଲାର ରହିଥିଲା । ତେବେ ଶନିବାର ଏହା ୧୬୪୩.୬୧ ଡଲାରକୁ ଖସିଥିବା ପ୍ରକାଶ । ଅପରପକ୍ଷରେ ଭାରତର ବିଭିନ୍ନ ପ୍ରମୁଖ ସହରରେ ଶନିବାର ସୁନା ମୂଲ୍ୟରେ ଫରକ୍ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୩୫୦ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୦,୬୦୦ ଟଙ୍କା ଥିବାବେଳେ ମୁମ୍ବାଇରେ ଏହା ଯଥାକ୍ରମେ ୪୬,୨୫୦ ଓ ୫୦,୪୫୦, କୋଲକାତାରେ ୪୬,୨୫୦ ଓ ୫୦,୪୫୦, ଚେନ୍ନାଇରେ ୪୬,୬୫୦ ଓ ୫୦,୯୦୦, ବେଙ୍ଗାଲୁରୁରେ ୪୬,୩୦୦ ଓ ୫୦,୫୦୦ ଏବଂ ହାଇଦ୍ରାବାଦରେ ୪୬,୨୫୦ ଓ ୫୦,୪୫୦ ଟଙ୍କା ରହିଥିଲା ।

Comments are closed, but trackbacks and pingbacks are open.