ଆଜି ପୁଣି ଶସ୍ତା ହେଲା ସୁନା ଓ ରୁପା ଦର

149

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫,୯୫୦ ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟରେ ୫,୪୫୦ ଟଙ୍କାର ହ୍ରାସ ଘଟିଛି। ଏହି ହ୍ରାସ ପରେ ଏବେ ବଜାରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୨୮,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୪୦,୦୨୦ ଟଙ୍କା ରହିଛି। ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଡଲାର ମହଙ୍ଗା ହେବାରେ ଲାଗିଛି। ଫଳରେ ନିବେଶକମାନେ ସୁନା ବଦଳରେ ଡଲାରରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମଣୁଥିବାରୁ ସୁନା ଦରରେ ଏଭଳି ହ୍ରାସ ଘଟୁଛି।

Comments are closed, but trackbacks and pingbacks are open.