ଧୀରେ ଧୀରେ ଖୋଲିବାରେ ଲାଗିଛି ଗୋବିନ୍ଦଙ୍କ ହାତଲେଖା ଡାଏରୀର ଗୁମର

28

ଭୁବନେଶ୍ବର: ଗୋବିନ୍ଦଙ୍କ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଓ ଫରେନସିକ ଟିମ୍‌ର ତଦନ୍ତ ଜୋରଦାର ଆରମ୍ଭ କରିଛି । ଗୋବିନ୍ଦ ସାହୁଙ୍କ ଘରୁ ଏକ ହାତଲେଖା ଡାଏରୀ ଜବତ କରିଛି ଟିମ୍‌ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ମହାଲିଙ୍ଗରେ ଗୋବିନ୍ଦ ସାହୁଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତାଙ୍କ ହାତଲେଖା ଖୋଜିଛି । ଗୋବିନ୍ଦ ସାହୁଙ୍କ ଘରୁ ତାଙ୍କ ଡାଏରୀ ଜବତ ହୋଇଛି ।

କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ ଗୋବିନ୍ଦଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଡାଏରୀ ନେଇ ଘରୁ ଆସିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଏହା ପୂର୍ବରୁ ମହାଲିଙ୍ଗ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ପଚରାଉଚରା କରିଛନ୍ତି । ଗୋବିନ୍ଦ ସାହୁଙ୍କ ହାତଲେଖା ସମ୍ପର୍କରେ ପଚରାଉଚରା କରିଥିଲେ । କଲେଜ ରେଜିଷ୍ଟରକୁ ଜବତ ହୋଇଛି । ଗୋବିନ୍ଦଙ୍କ ସାହୁଙ୍କ ଆତ୍ମହତ୍ୟା ସହ ତାଙ୍କ ଜ୍ୟାକେଟ୍‌ ପକେଟରୁ ମିଳିଥିବା ଲଫାପାକୁ ନେଇ ରହସ୍ୟ ବଢୁଛି । ସେଥିରେ କ’ଣ ଅଛି । କ’ଣ ଲେଖିଛନ୍ତି ଗୋବିନ୍ଦ ତାକୁ ନେଇ ଚର୍ଚ୍ଚା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଗେଇଛି ।

Comments are closed, but trackbacks and pingbacks are open.