ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା,ପତ୍ନୀ କହିଲେ ପ୍ଲାନ୍‌ କରି ହତ୍ୟା କରାଯାଇଛି

29

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସନସାଇନ ସ୍କୁଲ ଅଧ୍ୟକ୍ଷI ମମୀତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା I ଆଜି ସକାଳେ ସେ କଣ୍ଟାବାଞ୍ଜି ଜେଲ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ମାତ୍ର ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ସ୍ତ୍ରୀ ସୁଷମା ସାହୁ I ସେ କହିଛନ୍ତି ମୋ ସ୍ୱାମୀ ଆତ୍ମହତ୍ୟା କରି ନାହାନ୍ତି , ‘ ସେ ବହୁତ ଷ୍ଟ୍ରଙ୍ଗ ଲୋକ, କେବେ ବି ଆତ୍ମହତ୍ୟା କରିବେନି’ । ଯଦି ଆତ୍ମହତ୍ୟା କରିବାର ଥିଲା, ତା’ହେଲେ ବର୍ଷେ ତଳେ ସେ ଆତ୍ମହତ୍ୟା କରିଥାଆନ୍ତେ। ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଗୋବିନ୍ଦଙ୍କୁ ଯିଏ ରଖିଥିଲେ ସେ ତାଙ୍କୁ ସୁରକ୍ଷିତ ରଖିବା କଥା ବୋଲି ଗୋବିନ୍ଦଙ୍କ ସ୍ତ୍ରୀ କହିଛନ୍ତି । ଗତକାଲି ରାତି ୧୧ ଟା ସମୟରେ ଗୋବିନ୍ଦ ଘରକୁ ଫୋନ କରିଥିଲେ । ଫୋନ କରି ଭଳଭନ୍ଦ କଥା ମଧ୍ୟ ବୁଝିଥିଲେ । ଜେଲରେ ସୁରକ୍ଷା ଥାଇ କେମିତି ମୋ ସ୍ୱାମୀ ଆତ୍ମହତ୍ୟା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ କେବଳ ପୋଲିସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ କେଗାଁ ଥାନାରେ ଏତଲା ଦେଇଛନ୍ତି । ନ୍ୟାୟ ସହ ସୁରକ୍ଷା ଦେବାକୁ ଗୋବିନ୍ଦଙ୍କ ସ୍ତ୍ରୀ ଦାବି କରିଛନ୍ତି ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରୁଥିଲେ ।

Comments are closed, but trackbacks and pingbacks are open.