ଗୋଆ ରାଜନୀତି :ମିଳିଲାନି ବିଜେପି ଟିକେଟ ସ୍ୱାଧୀନ ପ୍ରାର୍ଥୀ ହେବେ ମନୋହର ପାରିକରଙ୍କ ପୁଅ

0 22

ଦିନକୁ ଦିନ ବିବାଦୀୟ ହୋଇ ଉଠିଛି ଗୋଆ ରାଜନୀତି I ବିଜେପି ଟିକେଟ ପାଇଁ ଆଶାୟୀ ଥିବା ଗୋଆ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ମନୋହର ପାରିକର ଙ୍କ ପୁଅ କୁ ଶେଷରେ ନିରାଶ ହେବାକୁ ପଡିଛି ଇ ଶେଷରେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଇ ସେ ବର୍ତ୍ତମାନ ପାନାଜୀ ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗୋଆ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ତେବେ ଏଥିରେ ରାଜ୍ୟର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳଙ୍କ ନାମ ନଥିଲା। ଏଥିରେ ଅସନ୍ତୁଷ୍ଟ ଉତ୍ପଳ ତାଙ୍କ ପିତାଙ୍କ ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ଘୋଷଣା କରିବା ସହ ବିଜେପି ତ୍ୟାଗ କରୁଥିବା କହିଛନ୍ତି।

ମନୋହର ପାରିକର ପଣାଜୀରୁ ବିଧାନସଭାକୁ ନିର୍ବାଚିତ ହେଉଥିଲେ। ତେବେ ତାଙ୍କ ପରଲୋକରେ ହୋଇଥିବା ଉପନିର୍ବାଚନରେ ଏହି ଆସନରୁ କଂଗ୍ରେସର ବାବୁସ ମୋନସେରାଟେ ପ୍ରାର୍ଥୀ ହେବା ସହ ବିଜୟୀ ହୋଇଥିଲେ। ପଣାଜୀ ଆସନରେ ମନୋହରଙ୍କ ବିରୋଧୀ ଥିଲେ ବାବୁସ୍ । ତେବେ ଗତ ଉପନିର୍ବାଚନରେ ବିଜୟୀ ହେବାପରେ ସେ ବିଜେପିରେ ଯୋଗ ଦେଇଥିଲେ। ଏଣୁ ବିଜେପି ଷ୍ଟାଣ୍ଡିଂ ଏମଏଲଏ ହିସାବରେ ତାଙ୍କୁ ଟିକେଟ ଦେଇଥିବା ବେଳେ ଉତ୍ପଳଙ୍କୁ ଅଣଦେଖା କରିଛି। ବିଧାନସଭା ନିର୍ବାଚନରେ ଉତ୍ପଳ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁଥିବା ଓ ପଣାଜୀରେ ପିତାଙ୍କ ଆସନରେ ଟିକେଟ ଆଶାୟୀ ଥିବା ଦଳକୁ ସୂଚିତ କରିଥିଲେ। ତେବେ ତାଙ୍କ କଥା ଦଳ ଅଣଶୁଣା କରିଥିବା ବେଳେ ସେ ଶୁକ୍ରବାର ସନ୍ଧ୍ୟାରେ ବିଜେପି ତ୍ୟାଗ କରୁଥିବା ଘୋଷଣା କରିଛନ୍ତି। ତେବେ ଉତ୍ପଳ ପାରିକର ଙ୍କୁ ବିଜେପି ପକ୍ଷରୁ ଅଣଦେଖା କରାଯାଇଥିବାରୁ ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାରଙ୍କ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଟ୍ୱିଟ୍ କରି ଉତ୍ପଳଙ୍କ ତାଙ୍କ ଦଳରେ ସ୍ୱାଗତ କରିବା ସହ ପାର୍ଟି ଟିକେଟ ଅଫର କରିଥିଲେ। ସେହିପରି ଶିବସେନା ମଧ୍ୟ ତାଙ୍କୁ ଦଳୀୟ ଟିକେଟରୁ ନିର୍ବାଚନ ଲଢିବାକୁ ନିମନ୍ତ୍ରଣ କରିଥିଲେ ।ଏ ସମ୍ପର୍କରେ ଉତ୍ପଳ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବାବେଳେ ନିର୍ଦ୍ଦଳୀୟ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.