ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି:ଧର୍ମେନ୍ଦ୍ର ପ୍ରଧାନ

20

ଭୁବନେଶ୍ୱର: ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ନିଜ ବିରୋଧରେ ହେଉଥିବା ‘ଗୋ-ବ୍ୟାକ୍’ ନାରାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି l ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୨ ବର୍ଷ ଧରି ରହିବା ଭିତରେ ଓଡ଼ିଶା କିମ୍ବା ସାଢ଼େ ୪ କୋଟି ଓଡ଼ିଆଙ୍କ ମୁଣ୍ଡ ତଳକୁ ହେବା ଭଳି କୌଣସି କାମ କରିନାହାନ୍ତି । ତଥାପି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ଜଣେ ‘ଖଳ ପ୍ରକୃତିର ମଣିଷ’ ବୋଲି କହୁଛନ୍ତି । ତାଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନକୁ ଇଙ୍ଗିତ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ନବୀନ ବାବୁ ନିଜ ଦଳର ଦୁଇ ଜଣ ଯୁବ ନେତାଙ୍କୁ ଲଗାଇ ମୋ ବିରୋଧରେ ‘ଗୋ-ବ୍ୟାକ୍’ ଅଭିଯାନ ଚଳାଇଛନ୍ତି । ମୁଁ ଜଣେ ଚାଷୀର ପୁଅ। ଓଡ଼ିଶା ମୋର ଘର ଏବଂ ସମ୍ବଲପୁର ମୋର କର୍ମଭୂମି। ଯଦି ଆପଣ ମୋତେ ଫେରିଯିବାକୁ କହିବେ, ତେବେ ମୁଁ କୁଆଡ଼େ ଯିବି? ମୋତେ ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଏଠାକୁ ଆସିବି । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ମନ୍ତବ୍ୟ ପରେ ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି “ସାରା ଦେଶ ଜାଣିଛି ଯେ କେବଳ ତାଙ୍କରି ପାଇଁ ୨୧ ଜଣ ପିଲା ଆତ୍ମହତ୍ୟା କଲେ। ପରୀକ୍ଷା ଦେଇଥିବା ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୨୧ ଲକ୍ଷ ପିଲା ଏବେ ମାନସିକ ଚାପରେ ଅଛନ୍ତି।ତାଙ୍କୁ କେହି ବଦନାମ କରୁନାହାନ୍ତି, ବରଂ ନିଜ କର୍ମ ପାଇଁ ସେ ନିଜେ ହିଁ ବଦନାମ ହୋଇଛନ୍ତି ।

Comments are closed, but trackbacks and pingbacks are open.