ଗ୍ଲାଡ଼ିଓଲସ୍ ଫୁଲ ଚାଷ

23

ଏହି ଫୁଲର ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଛି ବୋଲି ଅନୁମାନ କରାଯାଏ । ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ଗଛ ଲଗାଯାଏ । ତା\’ଛଡ଼ା ଫୁଲଦାନୀରେ ରଖିଲେ ମଧ୍ୟ ଆକର୍ଷଣୀୟ ହୋଇଥାଏ । ଉଭୟ ସମତଳ ଏବଂ ପାର୍ବତ୍ୟାଞ୍ଚଳରେ ଏହାକୁ ଚାଷ କରାଯାଇପାରିବ । ସମୁଦ୍ର ପତ୍ତନଠାରୁ ୨୪୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଏହି ଗଛ ବଢ଼ିପାରେ । ବାୟୁମଣ୍ଡଳର ଉତ୍ତାପ ୧୬ରୁ ୨୩ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଲେ ଗଛ ଭଲ ବଢ଼ିଥା, ।
ଦୋରସା ତଥା ବାଲି ଦୋରସା ମାଟିରେ ଏହି ଗଛ କରାଯାଇପାରିବ । ଜମି ନିଗିଡ଼ା ହୋଇଥିବା ଦରକାର । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ରୁ୭ ମଧ୍ୟରେ ରହିଲେ ଗଛ ଭଲ ବଢ଼ିଥାଏ । ଆମ ରାଜ୍ୟରେ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏହା ଲଗାଯାଇ ପାରିବ । ତେବେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଖରାଦିନେ ମଧ୍ୟ ଏହା ଚାଷ କରାଯାଇପାରି
ଗ୍ଲାଡିଓଲସର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ରେଡ଼ ବିଉଟି, ଆମେରିକାନ ବିଉଟି, ପିଙ୍କ ଫ୍ରେଣ୍ଡ୍‌ସିପ, ଶ୍ରୀଗଣେଶ, ରୟାଲ ଜୁବୁଲି, ସିଲଭିଆ, ଗୋଲଡ୍ ଡଷ୍ଟ, ଡ୍ରିମଗାର୍ଲ, ସେଦ୍ନା ପ୍ରିନ୍‌ସେସ୍ ଆଦିର ନାମ ଉଲ୍ଲେଖଯୋଗ୍ୟ ।
କନ୍ଦ ସାହାଯ୍ୟରେ ଗ୍ଲାଡ଼ିଓଲସର ବଂଶ ବିସ୍ତାର କରାଯାଇଥାଏ । କନ୍ଦୁଗଡ଼ିକ ଅମଳ ପରେ ସଙ୍ଗେସଙ୍ଗେ ଗଛ ହୁଏନାହିଁ । ତେଣୁ ଏହାକୁ ୩-୪ ମାସ ପରେ ଲଗାଇବା ଉଚିତ । ଲଗାଇବା ପୂର୍ବରୁ ଜମିକୁ ହଳ କରି ମାଟିଗୁଣ୍ଡ କରିବା ଆବଶ୍ୟକ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୫୦-୬୦ କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫ ସେଣ୍ଟିମିଟର ଦୂରତାରେ କନ୍ଦ ଲଗାଯାଏ । ଏହି ହିସାବରେ ଏକର ପ୍ରତି ପ୍ରାୟ ୮୯ ହଜାର ଗଛ ଲାଗିପାରିବ ।
ଗଛ ଲଗାଇବା ବେଳେ ଏକର ପ୍ରତି ୪୦ କିଲୋଗ୍ରାମ ଯବକ୍ଷାର, ୬୦ କିଲୋଗ୍ରାମହ ଫସଫରସ୍ ଓ ୩୦ କିଲୋଗ୍ରାମ ପଟାସ ପ୍ରୟୋଗ କରିବାକୁ ହେବ । ଏଥିପାଇଁ ୩୬ କିଲୋଗ୍ରାମ ୟୁରିଆ, ୧୩୦ କିଲୋଗ୍ରାମ ଡିଏପି ଓ ୫୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରିବାକୁ ହେବ । ଗଛରେ ତିନୋଟି ପତ୍ର ଆସିଲେ ଏକର ପିଛା ୨୦ କିଲୋଗ୍ରାମ ଯବକ୍ଷାର ବା ୪୪ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିବାକୁ ପଡ଼ିବ । ଗଛରେ ୬ଟି ପତ୍ର ଆସିଲେ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର ଓ ୨୦ କିଲୋଗ୍ରାମ ପଟାସ ପ୍ରୟୋଗ ହେବ । ଏଥିପାଇଁ ଏକର ପ୍ରତି ୩୪୪ କିଲୋଗ୍ରାମ ୟୁରିଆ ଓ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରାଯିବ ।
କିଆରିରୁ ଘାସ ବାଛିଦେବା ଉଚିତ । ମାଟିର ଆବଶ୍ୟକତା ଅନୁସାରେ ପାଣି ମଡ଼ାଯିବା ଦରକାର । ଭଲ ଫୁଲ ଆସିବା ପାଇଁ ଟ୍ରାସେଲ, ପ୍ଲାଣ୍ଟେଡ୍‌, ପୁରକ, ଆଗ୍ରୋମିନ୍ ବା ଅନ୍ୟ ଅଣୁସାର ସ୍ପ୍ରେ କରାଯିବା ଉଚିତ ।
ଏହି ଗଛରେ ପତ୍ରଖିଆ ପୋକ ଲାଗିଥାନ୍ତି । ଏମାନେ ପତ୍ର ତଳୋ ରହି ପତ୍ରକୁ କୋରି ଖାଇ ଦିଅନ୍ତି । ଫଳରେ ଗଛ ଲଣ୍ଡା ହୋଇଯାଏ । ବେଳେବେଳେ ଦହିଆ ପୋକ ଲାଗିଥାନ୍ତି । ଏମାନେ ଗଛରେ ଲାଗିରହି ରସ ଶୋଷି ଖାଇଦିଅନ୍ତି । ଫଳରେ କନ୍ଦ ଶୁଖିଯାଏ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର କ୍ଲୋରୋପାଇଫସ ବା ରୋଗର ମିଶାଇ ଫସଲରେ ସ୍ପ୍ରେ କରାଯାଇପାୋର ।
ଗ୍ଲାଡ଼ିଓଲଓ ଗଛରେ ମୂଳସଢ଼ା ରୋଗ ଦେଖାଯାଏ । ଏହି ରୋଗ ହେଲେ ତଳ ଭାଗରେ ଥିବା କାଣ୍ଡ ସଢ଼ିଯାଏ । ଗଛ ହଳଦିଆ ପଡ଼ି ମରିଯାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୩ ଗ୍ରାମହ ହିସାବରେ ବ୍ଲାଇଟକ୍‌ସ ୫୦ ବା ଧନୁକପ୍ ମିଶାଇ ସ୍ପ୍ରେ କରାଯାଇପାରିବ ।
ପତ୍ରପୋଡ଼ା ରୋଗ ହେଲେ ପତ୍ର ଉପରେ କଳାହ ଦାଗମାନ ଦେଖାଯାଏ । ପ୍ରତି ଲିଟର ପାଣି ସହିତ ୧.୫ ଗ୍ରାମ ବାଭିଷ୍ଟିନ୍ ବା ଧନୁଷ୍ଠିନ୍ ବା୩ ଗ୍ରାମ ଇଣ୍ଡୋଫିଲ୍‌ହ ଏମ୍‌-୪୫ ିଶାଇ ଗଛରେ ସ୍ପ୍ରେ କଲେ ଏହି ରୋଗ ଦାଉରୁ ରକ୍ଷାମିଳେ ।
କନ୍ଦ ଲଗାଇବାର ୩-୪ ମାସ ପରେ ଫୁଲ ଅମଳ କରାଯାଏ । ଫୁଲକୁ ପାଣିରେ ବୁଡ଼ା ରଖାଯାଏ । ଫୁଲ କାଟିବାର ଦେଢ଼ ମାସରୁ ଦୁଇ ମାସ ପରେ କନ୍ଦ ଅମଳ କରାଯାଏ । ଏହାକୁ ୧୫-୨୦ ଦିନ ଛାଇରେ ରଖିବା ପରେ ଏଥିରୁ ମାଟି ଓ ପତ୍ର ସଫା କରାଯାଇଥାଏ ।

Comments are closed, but trackbacks and pingbacks are open.