କୋଭିଡ ମୃତ୍ୟୁ ର ସଠିକ ରିପୋର୍ଟ ଦିଅ :ହାଇକୋର୍ଟ

33

ରାଜ୍ୟ ରେ କୋଭିଡ୍ ର ପ୍ରଥମ ଓ ଦ୍ଵିତୀୟ ଲହର ର ପ୍ରକୃତ ରେ ମୃତ୍ୟୁ ସଂଖ୍ୟା କେତେ ହୋଇଛି ସେ ବିଷୟରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ମାନ୍ୟବର କୋର୍ଟ କହିଛନ୍ତି, ରାଜ୍ୟ ରେ କେଉଁ ସମୟ ରେ ,କେଉଁଠି ,ଏବଂ କେଉଁ ଜିଲ୍ଲାରେ ମୃତକଙ୍କ ସଂଖ୍ୟା କେତେ ଅଛି ତାହାର ହିସାବ ଦିଆଯାଇଥିବା ରିପୋର୍ଟରେ ସଠିକ ଭାବରେ ନାହିଁ I ମୃତକ ଙ୍କ ହିସାବ କେବେଠାରୁ ନିଆଯାଇଛି ରିପୋର୍ଟ ରେ ଯାହା ଉଲେଖ କରାଯାଇଛି ତାହା ସ୍ପଷ୍ଟ ଜଣାପଡୁ ନାହିଁ । ତେଣୁ ସରକାର ଙ୍କ ତରଫରୁ ଯେଉଁ ରିପୋର୍ଟ ଦିଆଯାଇଛି ତାହା ଜାଣିବା ପାଇଁ ଯଥେଷ୍ଟ ନୁହେଁ ।ରାଜ୍ୟ ସରକାର କୋଭିଡ୍ ମୃତ୍ୟୁକୁ ସଠିକ ଭାବରେ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅକ୍ଟୋବର ୭ରେ ପରବର୍ତ୍ତୀ ଶୁଣାଣି ହେବ ।ଗତ ଜୁଲାଇ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୯୨୫ ଥିଲା । କିନ୍ତୁ ଏହାର ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୨୨ ହୋଇଛି । ମାତ୍ର ଦେଢ଼ ମାସ ମଧ୍ୟରେ କରୋନା ମୃତକଙ୍କ ସଂଖ୍ୟା ଏତେ କିପରି ବଢ଼ିଲା, ସେନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ କିଛି ସ୍ପଷ୍ଟ କରାଯାଇନି । ଏଭଳି ରିପୋର୍ଟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ ବିସ୍ତୃତ ଭାବରେ ସାନି ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଅଧିକାରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ରିପୋର୍ଟରେ ବିରାଟ ପାର୍ଥକ୍ୟ ପରିଲକ୍ଷିିତ ହୋଇଥିଲା । ଏହି ରିପୋର୍ଟକୁ ଆଧାର କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ରାଜ୍ୟ ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି, ବୋଲି ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.