କଂଗ୍ରେସ ର ‘ଲଡକୀ ହୁଁ ,ଲଢ଼ ଶକ୍ତି ହୁଁ’ ପୋଷ୍ଟର ଗାର୍ଲ ପଦ୍ମ ଧରିଲେ
‘ଲଡକୀ ହୁଁ ,ଲଢ଼ ଶକ୍ତି ହୁଁ’ ଅଭିଯାନର ଉତ୍ତର ପ୍ରଦେଶ ର କଂଗ୍ରେସ ର ପୋଷ୍ଟର ଗାର୍ଲ ଥିବା ପ୍ରିୟଙ୍କା ମୌର୍ଯ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି I ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ଦଳରୁ ଟିକେଟ ନ ମିଳିବା କାରଣରୁ ଦଳୀୟ ନେତୃତ୍ୱଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରିୟଙ୍କା ।ଫଳରେ କଂଗ୍ରେସକୁ ବିଜେପି ବଡ ଝଟ୍କା ଦେଇଛି। ‘ବିଜେପିର ନୀତିରେ ମୁଁ ଅନୁପ୍ରାଣିତ ହୋଇଛି। ବିଜେପି ଉପରେ ମୋର ଭରସା ରହିଛି। ଯଦି ନେତୃତ୍ୱ ମୋ ଉପରେ ବିଶ୍ୱାସ କରିବ ତେବେ ନିର୍ବାଚନୀ ମଇଦାନରେ ମୁଁ ନିଶ୍ଚିତ ରୂପେ ଓହ୍ଲାଇବି’ ବୋଲି କହିଛନ୍ତି ପ୍ରିୟଙ୍କା।ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ”କଂଗ୍ରେସ ମୋ ସହିତ ଅନ୍ୟାୟ କରିଛି, କ୍ୟାମ୍ପେନିଙ୍ଗ ସମୟରେ ମୋ ନାଁ ସହିତ ମୋ ଫୋଟୋ କୁ ସୋଶାଲ ମିଡିଆରେ ବ୍ୟବହାର କରି ୧୦ ଲକ୍ଷ ଫଲୋଅର୍ସଙ୍କୁ ନେଇ ନିଜର ପ୍ରଚାର କଲେ। କିନ୍ତୁ ନିର୍ବାଚନ ବେଳେ ଯେତେବେଳେ ଟିକେଟ ଦେବାର ସମୟ ଆସିଲା ସେତେବେଳେ ସେମାନେ ଏହାକୁ ଆଉ କାହାକୁ ଦେଇଦେଲେ।
ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଭିତରେ ଜୋରଦାର ଦଳ ବଦଳ ଆରମ୍ଭ ହୋଇଛି I କିଛିଦିନ ତଳେ ବିଜେପିର କିଛି ମନ୍ତ୍ରୀ ଓ ବିଧାୟକ ଦଳଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଏବେ ସମାଜବାଦୀ ପାର୍ଟିର କିଛି ନେତା ଓ କଂଗ୍ରେସର କିଛି ନେତା ବି କ୍ରମାଗତଭାବେ ବିଜେପିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ସମାଜବାଦୀ ପାର୍ଟିର ମୁଖିଆ ଥିବା ଅଖିଳେସ ସିଂ ଯାଦବ ଙ୍କ ଭାଇ ର ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇ ସମାଜବାଦୀ ପାର୍ଟି ପାଇଁ ଅଡୁଆରେ ବଢ଼ାଇଛନ୍ତି I
ଅନ୍ୟପଟେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସଡୁ କୁହାଯାଉଥିବା ପ୍ରମୋଦ ଗୁପ୍ତା ବି ବିଜେପିରେ ଯୋଗ ଦେଇ ସପା ପାଇଁ ଅଡୁଆ ତିଆରି କରିଛନ୍ତି ।