ଅଦା ରସ ଦେବ ରୁପି ରୁ ମୁକ୍ତି ,ଜାଣନ୍ତୁ ବ୍ୟବହାର

34

ଅଦା, ଏହା ଏପରି ଏକ ଖାଦ୍ୟ ସାମଗ୍ରୀ ଯାହା ଅତି ସହଜରେ ରୋଷେଇ ଘରେ ଉବଲବ୍ଧ ହୋଇଥାଏ । ସମସ୍ତେ ଜାଣନ୍ତି ଅଦା ଚା’ ରେ ବ୍ୟବହାର ହୋଇଥାଏ । ଏହା ସହ ଅନେକ ଖାଦ୍ୟରେ ବ୍ୟବହାର ହୋଇଥାଏ । ଏମିତିରେ ଅଦାକୁ ବହୁତ ଉପଯୋଗୀ ବୋଲି ମଧ୍ୟ କୁହାଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ଅଦାର ଅନେକ କାର୍ଯ୍ୟକାରୀ ଗୁଣ ମଧ୍ୟ ରହିଛି । ଯଦି ଆପଣ ରୂପି ସମସ୍ୟାର ପିଡ଼ୀତ ଅଛନ୍ତି ତେବେ ଅଦା ଆପଣଙ୍କ ପାଇଁ ଉପାଦେୟ ହୋଇପାରେ ।

ଖରାଦିନେ ଧୂଳି ଯୋଗୁଁ ଚୁଟି ରେ ମଇଳା ଜମା ହୋଇଥାଏ ଫଳରେ ରୂପି ମଧ୍ୟ ଅଧିକ ହୋଇଥାଏ । ଯାହାଦ୍ୱାରା ଚୁଟିରେ ଅଧିକ କୁଣ୍ଡେଇ ହୋଇଥାଏ । ଅବଶ୍ୟ ମୁଣ୍ଡରେ ରୂପି ହେବାର ଅନ୍ୟ କାରଣ ମଧ୍ୟ ରହିିଛି । ତେବେ ଆମେ ଆପଣଙ୍କୁ ରୂପି ସମସ୍ୟାରୁ ମୁକ୍ତି ପାଇଁ ଅଦାର ବ୍ୟବହାର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଉପଯୋଗ କରି ରୂପିରୁ ମକ୍ତି ପାଇପାରିବେ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଆପଣ ଏହାକୁ ଚୂଟିରେ ଲଗାଇପାରିବେ । ତେବେ ଆସନ୍ତୁ ଜାଣିବା ଅଦାକୁ ଆପଣ କିଭଳି ବ୍ୟବହାର କରିପାରିବେ ।

ତେଲ ସହ ଲଗାଇପାରିବେ ଅଦାରସ

ତେଲ ସହ ଆପଣ ଅଦାର ବ୍ୟବହାର କରିପାରିବେ । ଯଦି ଆପଣଙ୍କ ସ୍କାଲ୍ପ ସ୍କିନ୍ ସେନ୍ସିଟିଭ ଅଟେ ଏବଂ ଆପଣଙ୍କୁ ସିଧାସଳଖ ଅଦା ରସ ଲଗାଇବାରେ ସମସ୍ୟା ହେଉଛି, ତେବେ ଆପଣ ଅଦା ରସ ସହ ଆପଣ ଲଗାଉଥିବା ତେଲ ମିଶାଇ ଲଗାଇପାରିବେ । ନିୟମିତ ଭାବରେ ଏହାର ବ୍ୟବହାର କରିବା ଦ୍ୱାର ଖୁବଶୀଘ୍ର ରୂପିରୁ ମୁକ୍ତି ମିଳିବ ।

ଏହାଛଡ଼ା ଅନ୍ୟ ଏକ ଉପାୟ ହେଉଛି ସଲ୍ଫେଟ ଫ୍ରି ସାମ୍ପୁ ଏବଂ ସେଥିରେ ଏକ ଚାମଚ ଅଦା ରସ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଚୁଟିରେ ଲଗାଇ ଧୁଅନ୍ତୁ । ଏହାଦ୍ୱାରା ରୂପିରୁ ମୁକ୍ତି ମିଳିବା ସହ ମଇଳା ମଧ୍ୟ ସଫା ହୋଇଯିବ ।

Comments are closed, but trackbacks and pingbacks are open.