ଫେରିଲେ ଆଫଗାନିସ୍ତାନ ର ଉପ ମୁଖ୍ୟମନ୍ତ୍ରୀ ଘନି ବରାଦର

30

କିଛି ଦିନ ତଳେ କାବୁଲ ଛାଡି ଚାଲିଯାଇଥିବା ଆଫଗାନିସ୍ତାନ ର ଉପ ମୁଖ୍ୟମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦର ଏବେ ପୁଣି ଫେରିଛନ୍ତି। ଏ ଥର ନିଜ ସହ ତାଙ୍କର ନୂଆ ବଡିଗାର୍ଡଙ୍କୁ ନେଇ ଫେରିଲେ ବରାଦର। ଏଥିସହ ସେ ନିଜର କାର୍ଯ୍ୟଭାର ମଧ୍ୟ ଗ୍ରହଣ କରିଛନ୍ତି।

ଫେରିବା ପରେ ବରାଦର ନୂଆ ସରକାରଙ୍କ ଗୃହମନ୍ତ୍ରାଳୟ ଠାରୁ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ଆଫଗାନିସ୍ତାନର ନୂଆ ସରକାରରେ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୃହ ମନ୍ତ୍ରାଳୟ ମିଳିଛି। ଯାହାକୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ଆତଙ୍କବାଦୀ ଘୋଷିତ କରିଛି। ତା’ ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

କିଛିଦିନ ପୂର୍ବେ ଆଫଗାନିସ୍ଥାନ ସରକାର ରେ କ୍ଷମତା ବଣ୍ଟନ କୁ ନେଇ ବରାଦର ଓ ହକକାନି ନେଟୱାର୍କ ସହ ସଂଘର୍ଷରେ ଗୁରୁତ୍ତର ହୋଇ କାନ୍ଦାହାର ଚାଲି ଯାଇଥିଲେ । ତାଲିବାନର ଦୋହା ଶାନ୍ତି ପ୍ରକ୍ରିୟାର ମୁଖ୍ୟ ବରାଦର ମଙ୍ଗଳବାର ଦିନ କାନ୍ଦାହାରରୁ କାବୁଲକୁ ଫେରିଛନ୍ତି । ତାଲିବାନ ନେତା ବରାଦର ୧୩ ସେପ୍ଟେମ୍ବରରେ ହକ୍କାନୀଙ୍କ ସହ ଯୁଦ୍ଧେ ମୃତ୍ୟୁ ବରଣ କରିଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ବରାଦର ଏକ ଓଡିଓ ବିବୃତ୍ତି ଜାରି କରି ଜୀବିତ ଥିବା କହିଥିଲେ।

ବରାଦର କାନ୍ଦାହାରରୁ ନିଜ ସହ ବଡିଗାର୍ଡ ତଥା ସୁରକ୍ଷାକର୍ମୀ ନେଇ ଆଣିଥିବା ଜଣାପଡିଛି। ବରାଦର ବର୍ତ୍ତମାନ କାବୁଲ ପ୍ୟାଲେସରେ ଅଛନ୍ତି। ତାଙ୍କ ସମର୍ଥକ ମଲ୍ଲିକା ଓମାରଙ୍କ ପୁଅ ପ୍ରତିରକ୍ଷା ମନ୍ତ୍ରୀ ମଲ୍ଲିକ ୟାକୁବ ଏବେ ମଧ୍ୟ କାନ୍ଦାହାରରେ ଅଛ

Leave A Reply

Your email address will not be published.