ଏହିଦିନ ମିଳିବ ହାଡଭଙ୍ଗା ଜାଡରୁ ଆଶ୍ୱସ୍ତି ଜାଣନ୍ତୁ ଭାରତୀୟ ପାଣିପାଗ ସୂଚନା

35

ନୂଆଦିଲ୍ଲୀ : କିଛିଦିନ ପରେ କମିବ ଥଣ୍ଡାର ପ୍ରକୋପ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା ୨ ଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାତ୍ର ୨ ଦିନ ପରେ ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଆସନ୍ତା ୨ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ଏହି ୨ ଦିନରେ ସାମାନ୍ୟ ହ୍ରାସ ହୋଇପାରେ। ଦେଶରେ ଅନ୍ୟ ସ୍ଥାନ ମାନଙ୍କରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ୧୯ ଜାନୁଆରୀରେ ପଞ୍ଜାବ ଓ ହରିୟାଣାର କିଛି ସ୍ଥାନରେ ଶୀତ ଲହରୀ କାରଣରୁ ଶୀତ ପରିମାଣ ଅଧିକ ରହିବ। ସିକ୍କିମ, ଆସାମ, ଅରୁଣାଞ୍ଚଳ ପ୍ରଦେଶ, ଦକ୍ଷିଣ ତାମିଲନାଡୁ, ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଓ ନିକୋବର ଆଦି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିହାର, ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଓ ହରିୟାଣାରେ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଓ ଉତ୍ତର ମଧ୍ୟ ପ୍ରଦେଶରେ ମଧ୍ୟ ଶୀତ ଲହରୀ ସ୍ଥିତି ଜାରି ରହିବ।


ପଞ୍ଜାବର କେତେକ ସ୍ଥାନରେ ଭୀଷଣ ଶୀତ ଲହରୀ ଜାରି ରହିଛି। ସେହିପରି ହରିୟାଣା, ପଞ୍ଜାବ, ପଶ୍ଚିମ ରାଜସ୍ଥାନ ଓ ବିହାରର କିଛି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ଓଡିଶା ଓ ଆସାମର କିଛି ସ୍ଥାନରେ ମଧ୍ୟ ଘନ କୁହୁଡିର ସମ୍ଭାବନା ରହିଛି। କାଶ୍ମୀରରେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗୋଟିଏ ଦିନ ପରେ ପୁଣି ଶୀତ ଲହରୀ ପ୍ରଭାବ ଜାରି ରହିଛି।

Comments are closed, but trackbacks and pingbacks are open.