ନବୀନଙ୍କ ଠାରୁ ଟିକେଟ୍ ନେଲେ ଦୀପାଳି !

23

ଝାରସୁଗୁଡାରେ ବିଜୟ ବାନା ଉଡାଇବେ ଦୀପାଳି ! ଝାରସୁଗୁଡାର ବିକାଶ ଯେଉଁମାନେ ଦେଖିପାରୁ ନାହାନ୍ତି ସେମାନେ ଅନ୍ଧ ! ନବୀନଙ୍କ ଠାରୁ ଟିକେଟ୍ ନେଲେ ଦୀପାଳି ! ସରଗରମ ହେଉଛି ଝାରସୁଗୁଡା ରାଜନୀତି । ଦିନ କୁ ଦିନ ବଦଳୁଛି ରାଜନୈତିକ ସମ୍ମୀକରଣ । ଝାରସୁଗୁଡାରେ ବିଜୟ ବାନା ଉଡାଇବାକୁ ନେଇ ଦୀପାଳି ଆଶାବାଦୀ ଅଛନ୍ତି । ଉପନିର୍ବାଚନ ପାଇଁ ଆଜି ଆନୁଷ୍ଠାନିକ ଭାବେ ଟିକେଟ୍ ନେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ୱିତ କରିବେ ବୋଲି କହିଛନ୍ତି ଦୀପାଳି । ସେ କହିଛନ୍ତି ଯେ “ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି । ବିଜୟ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ।

ଯେଉଁମାନେ କହୁଛନ୍ତି ଝାରସୁଗୁଡାର ବିକାଶ ହୋଇନି ସେମାନେ ଅନ୍ଧ ବୋଲି କହିବି । ଆମ ଅଞ୍ଚଳରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି”, ନବୀନ ନିବାସରୁ ଟିକେଟ ନେଇ ଫେରିବା ସମୟରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ପ୍ରାର୍ôଥନୀ ଦୀପାଳି ଦାସ । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଆଜି ନବୀନ ନିବାସ ଆସି ଟିକେଟ ନେଇଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ୧୮ ତାରିଖରେ ଦୀପାଳି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା ହୋଇଛି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଜି ଠାରୁ ଝାରସୁଗୁଡାରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି । ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ ଓ ସନ୍ତୋଷ ସିଂ ସାଲୁଜା ଓ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ ଶୁଣା ଯାଉଛି ।

Comments are closed, but trackbacks and pingbacks are open.