ଜେନେରାଲ୍‌ ଏମ୍‌.ଏମ୍‌. ନରୱଣେ ହେଲେ ସିଓଏସସି ମୁଖ୍ୟ

17

ଜେନେରାଲ ଏମ୍‌.ଏମ୍‌ ନରୱଣେ ହୋଇଛନ୍ତି ସିଓଏସସି ମୁଖ୍ୟ I ବରିଷ୍ଠତା ଭିତ୍ତିରେ ଜେନେରାଲ ନରୱଣେ ଙ୍କୁ ମିଳିଛି ପଦଭାର । ୩ଟି ସେନାର ବରିଷ୍ଠ ହୋଇଥିବାରୁ ନରୱଣେ ଙ୍କୁ ସିଓଏସସି ଅଧ୍ୟକ୍ଷ କରାଯାଇଛି । ଏହଫଳରେ ସେ ଆଗାମୀ ସିଡିଏସ୍ ହେବାର ସମ୍ଭାବନା ଅଧିକ ବଢ଼ିଯାଇଛି । ତେବେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା ।ନରୱଣେ ସିଡିଏସ୍ ହେବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ଏହାରି ମଧ୍ୟରେ ତାଙ୍କୁ ବୁଧବାର ଦିନ ସିଓଏସସିର ପଦଭାର ଦିଆଯାଇଛି ।ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସଲ୍‌ ଭି.ଆର୍‌. ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଯଥାକ୍ରମେ ସେପ୍ଟେମ୍ବର ୩୦ ଏବଂ ନଭେମ୍ବର ୩୦ରେ ନିଜ ନିଜର ପଦବୀରେ ନିଯୁକ୍ତି ପାଇଥିଲେ। ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେବାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ। ମଙ୍ଗଳବାର ଦିନ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ ଏକତ୍ର ହୋଇ ଜେନେରାଲ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଏବଂ ସେନାର ଅନ୍ୟ ବରିଷ୍ଠ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଶୋକସଭା କରିଥିଲେ। ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂ ହିଁ ଜୀବିତ ଥିଲେ । କିନ୍ତୁ ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ବରୁଣ ବି ଶେଷରେ ବୁଧବାର ବେଙ୍ଗାଳୁରୁ ସେନା ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।

Leave A Reply

Your email address will not be published.