ଭାଜପାକୁ ସିଧାସଳଖ ଟାର୍ଗେଟ କଲେ ଗେହଲଟ୍

27

ସରଗରମ ହେଉଛି ରାଜନୀତି । ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି । ଯାହାକୁ ନେଇ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରିବା ଏକଛତ୍ରବାଦୀ ଶାସନର ଅନ୍ୟ ଏକ ଉଦାହରଣ ।

ଭାଜପା ଭୁଲିଯିବା ଉଚିତ୍ ନୁହେଁ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରିଥିଲେ ଏବଂ ଏହାର ପରିଣାମ ମଧ୍ୟ ସାମ୍ନା କରିବାକୁ ପଡିଥିଲା । ରାହୁଲ ଗାନ୍ଧୀ ଦେଶର ସ୍ୱର । ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି ଏବଂ ଦେଶରେ ହେଉଥିବା ହିଂସା ପ୍ରସଙ୍ଗ ଉପରେ ନିଜର ସ୍ୱର ଉଠାଇଛନ୍ତି ।

ଏଗୁଡିକ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଭାଜପା ସରକାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଦମନକାରୀ ପଦକ୍ଷେପ ନେଉଛନ୍ତି । ତେବେ ଏହାକୁ କଣ ରହୁଛି ଦେଶର ରାଜନୈତିକ ସ୍ଥିତି ।

Comments are closed, but trackbacks and pingbacks are open.