Time ପତ୍ରିକା ତରଫରୁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତରୁ ସ୍ଥାନ ପାଇଲେ ଗୌତମ ଅଦାନୀ, କରୁଣା ନନ୍ଦୀ ଏବଂ ଖୁର୍ରମ ପରଭେଜ

19

ବିଶ୍ୱ ର ସବୁଠାରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାର୍ଷିକ ତାଲିକା ଘୋଷଣା କରିଛି ଟାଇମ ମାଗାଜିନ । ଏହି ସୂଚୀରେ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ, ସୁପ୍ରିମକୋର୍ଟର ଆଇନଜୀବୀ କରୁଣା ନନ୍ଦୀ ଏବଂ କାଶ୍ମୀରୀ ସମାଜସେବୀ ଖୁର୍ରମ ପରଭେଜଙ୍କ ନାଁ ସାମିଲ ରହିଛି। ଟାଇମର ୧୦୦ ଜଣିଆ ସୂଚୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ମିସେଲ ଓବାମା, ଆପଲର ସିଇଓ ଟିମ କୁକଙ୍କ ନାଁ ସାମିଲ ରହିଛି। ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କେୱିନ ମେକାର୍ଥ, ରନ ଡେସେଣ୍ଟିସ, କିଷ୍ଟର୍ଣ୍ଣ ସିନେମା, କେତନଜୀ ବ୍ରାଉନ ଜାକ୍ସନଙ୍କ ନାଁ ରହିଛି। ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୧୮ ବର୍ଷର ଏଲିନ ଗୁ ସବୁଠୁ କମ ବର୍ଷିୟ ଏବଂ ସବୁଠୁ ବୟସ୍କ ବ୍ୟକ୍ତି ଭାବେ ୯୧ ବର୍ଷିୟ ଫେଥ୍ ରିଙ୍ଗଗୋଲ୍ଡଙ୍କ ନାଁ ରହିଛି।
\ଏହି ତାଲିକାରେ ଚୀନ ରାଷ୍ଟ୍ରପତି ୧୩ ଥର ପାଇଁ ସ୍ଥାନ ପାଇଛନ୍ତି । ସେହିପରି ପୁଟିନ ୧୦ ଥର, ବାଇଡେନ ପାଞ୍ଚ ଥର ସ୍ଥାନ ପାଇଛନ୍ତି । ଅଦାନୀ ଗ୍ରୁପ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତିର ଏକ ଜାତୀୟ ସ୍ତରର କମ୍ପାନୀ । ଅଦାନୀ ଲୋକଙ୍କ ନଜରରୁ ଦୂରରେ ରହି ନିରବରେ ନିଜର ସାମ୍ରାଜ୍ୟକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି ।

Comments are closed, but trackbacks and pingbacks are open.