ବିଏମ୍‌ସି ପକ୍ଷ ରୁ ଜାରି ହେଲା ଗଶେଶ ପୂଜା ଗାଇଡଲାଇନ୍‌: ଶ୍ରଦ୍ଧାଳୁଙ୍କୁ ମଣ୍ଡପ ବାରଣ

24

ରାଜ୍ୟରେ କରୋନା ର ୨ୟ ଲହର ର ପ୍ରାଦୁର୍ଭାବ କିଛି ମାତ୍ର ରେ କମି ଯାଇଛି I ସଂକ୍ରମଣ ହାର ପାଖାପାଖି ୧୦୦ ତଳକୁ ରହୁଛି ଇଲକ ମାନଙ୍କ ମନରୁ କିନ୍ତୁ ଏଯାଏ ଭୟ ଯାଇ ନାହିଁ I ଏହାରି ଭିତରେ ଆଗକୁ ଆସୁଛି ପାର୍ବଣ ଋତୁ। ଅଗ୍ରପୂଜ୍ୟ ବିଘ୍ନ ବିନାଶ ଙ୍କ ପୂଜା ଆସନ୍ତା ୧୦ ତାରିଖରେ ପଡୁଛି I ତେଣୁ ବର୍ତ୍ତମନ ପୂଜା ବଜାର ପ୍ରବଳ ଭିଡ଼ ହେବ ଆଗକୁ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏଥିରେ ବହୁ କଡ଼ା କଟକଣା ଲାଗୁ କରାଯାଇଛି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍‌ର ଅନୁମତି ନେବାକୁ ପଡ଼ିବ।ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ୍‌ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ।
ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ ଅଧିକ ହୋଇପାରିବ ନାହିଁ। ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ। ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଏହା ପୂର୍ବରୁ ଗତ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପୂଜା ପାଇଁ ଯେଉଁ ଗାଇଡଲାଇନ୍‌ ଜାରି ହୋଇଥିଲା ,ତାହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା।
ଗାଇଡ଼ ଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଏମସି ପକ୍ଷ ରୁ ଚେତାବନୀ ଦିଆଯାଇଛି

Leave A Reply

Your email address will not be published.