ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ୫ ବଖରା ଘର ଭସ୍ମୀଭୂତ ୨ ଜଣେ ଗୁରୁତର

17

ସୋନପୁର ଜିଲ୍ଲା ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତର ନର୍ଡା ଗ୍ରାମରେ ଘଟି ଯାଇଛି ବଡ଼ ଅଘଟଣ I ନର୍ଡା ଗାଁର କୈଳାସ ରଣାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ୫ ବଖରା ଘର ଭସ୍ମୀଭୂତ ହେବା ସହ, ଉଭୟ କୈଳାସଙ୍କ ସହିତ ତାଙ୍କ ସ୍ତ୍ରୀ କିଶୋରୀ ରଣା ଗୁରୁତର ହୋଇଛନ୍ତି ।

ଉଭୟଙ୍କୁ ଉଦ୍ଧାର କରାଯାଇ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିଶୋରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ କୈଳାଶ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

Comments are closed, but trackbacks and pingbacks are open.