ଗର୍ଭଣା ସଂକ୍ରାନ୍ତି

50

ଆଗକୁ ଆସୁଛି ପବିତ୍ର ଗର୍ଭଣା ସଂକ୍ରାନ୍ତି । ତୁଳା ମାସର ସଂକ୍ରାନ୍ତିକୁ କୁହାଯାଏ ‘ଗର୍ଭଣା ସଂକ୍ରାନ୍ତି’ । ଗର୍ଭ କହିଲେ ଭ୍ରୃଣକୁ ବୁଝାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । କୁହାଯାଏ ଗର୍ଭଣା ସଂକ୍ରାନ୍ତିରେ ଗର୍ଭଣା ଗଛର ଡାକଳୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାତି ଗଛ ମଧ୍ୟ କୁହାଯାଏ । ଚାଷୀକୂଳ ଏହାକୁ ଖୁବ୍ ନିଷ୍ଠାର ସହ ପାଳନ କରନ୍ତି । କୃଷକ ସ୍ନାନ ସାରି ଗର୍ଭଣା ଗଛର ଡାଳ ଆଣି ବିଧିବଦ୍ଧ ପୂଜା କରି ଧାନ କ୍ଷେତରେ ପୋତନ୍ତି । ଏହା ସହ ଭଲ ଫସଲ ପାଇଁ ପ୍ରାର୍ଥନା ବି କରନ୍ତି । କ୍ଷେତରେ କିଭଳି ଭଲ ଫସଲ ହେବ ଓ ରୋଗପୋକ ଦାଉରୁ କିପରି ଫସଲ ସୁରକ୍ଷିତ ରହିବ ସେନେଇ ବିଲ ହୁଡ଼ାରେ ମା’ ଲକ୍ଷ୍ମୀଙ୍କ ପାଖରେ ବିଭିନ୍ନ ଭୋଗ ଲାଗି କରାଯାଏ । ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ, ତଥାପି ଲୋକକଥା ଅନୁଯାୟୀ ଓଡ଼ିଶା ଓ କର୍ଣ୍ଣାଟକରେ ଏହାକୁ ନିଷ୍ଠାର ସହ ପାଳନ କରାଯାଏ ।

Comments are closed, but trackbacks and pingbacks are open.