ଦରମା ବୃଦ୍ଧି ଦାବିରେ ରାଜଧାନୀ ରାସ୍ତାରେ ଅଳିଆ

38

ଭୁବନେଶ୍ୱର: ଦ୍ବିତୀୟ ଦିନରେ ଜାରି ରହିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଦରମା ୯ ହଜାରରୁ ୧୫ ହଜାରକୁ ବୃଦ୍ଧି କରିବା ଦାବିରେ ଆଜି ପୁଣି ରାଜମହଲ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ । ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ୫୫ଟି ୱାର୍ଡ ପ୍ରଭାବିତ ହୋଇଛି । ପ୍ରତି ୱାର୍ଡରେ ପଡି ରହିଛି ଗଦା ଗଦା ଅଳିଆ ।

ଖବର ମୁତାବକ, ଗତକାଲି ସଫେଇ କର୍ମଚାରୀମାନେ ରାଜମହଲ ଓଭରବ୍ରିଜ୍ ତଳେ ଆନ୍ଦୋଳନରେ ବସିଥିଲେ । ଏହା ପରେ ମେୟର ସୁଲୋଚନା ଦାସ ବୈଠକ ପାଇଁ ଡାକିଥିଲେ । ଏକ ଘଣ୍ଟା କାଳ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ପୁଣି ଆଜି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ।

ଏଥିସହ ଆଜି (ମଙ୍ଗଳବାର) ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଏମ୍‌ସି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ସୂଚନା ଦେଇଛନ୍ତି । ଆଜି ସଫେଇ କର୍ମଚାରୀମାନେ ଶୋଭାଯାତ୍ରା କରି ଲୋୟର ପିଏମଜି ପର୍ଯ୍ୟନ୍ତ ଯିବେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.