ଫୁଡ ପଏଜନିଂ କାରଣରୁ ଚାଲିଗଲେ ଗଂଜାମ ସୁନ୍ଦରୀ

20

ଫୁଡ୍ ପଏଜନିଂ କାରଣରୁ ଗଞ୍ଜାମ ସୁନ୍ଦରୀ ଭାବେ ପରିଚିତ ବ୍ରହ୍ମପୁରର ମଡେଲ୍ ମିସ ପ୍ରିୟଙ୍କା ଉପାଧ୍ୟାୟଙ୍କର ମୃତ୍ୟୁ ହୋଇଛି I ମୃତ୍ୟୁବେଳକୁ ପ୍ରିୟଙ୍କାକୁ ମାତ୍ର ୨୪ ବର୍ଷ ହୋଇଥିଲା । ପ୍ରିୟଙ୍କା ହେଉଛନ୍ତି ବ୍ରହ୍ମପୁର ନିବାସୀ ସୁରେଶ ଚନ୍ଦ୍ର ଉପାଧ୍ୟାୟଙ୍କ ଝିଅ । ତେବେ ମିଳିଥିବା ସୂଚନା ମୁତାବକ, ଶନିବାର ଦିନ ପ୍ରିୟଙ୍କାଙ୍କ ଦେହ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହ ଫୁଡ୍ ପଏଜନ୍ ହୋଇଛି ବୋଲି କହିଥିଲେ । ପରେ ସୁସ୍ଥ ହେବାରୁ ପ୍ରିୟଙ୍କାଙ୍କୁ ପରିବାର ଲୋକ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ । ଘରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।
ପ୍ରିୟଙ୍କା ୨୦୧୯ରେ ମିସ୍ ଗଞ୍ଜାମ୍ ଟାଇଟଲ୍ ଜିତିଥିବା ବେଳେ ସେହି ବର୍ଷ ହିଁ ମିସ୍ ଚିଲିକା ମୁକୁଟ ପିନ୍ଧିଥିଲେ । ୨୦୨୧ରେ ସେ ମିସ୍ ଫ୍ୟାସନ ଆଇକନ୍ ହୋଇଥିଲେ । ଏତେ କମ୍ ବୟସରେ ପ୍ରିୟଙ୍କାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସମେତ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.