ଗଞ୍ଜାମ ଜିଲ୍ଲାପାଳ ଙ୍କ ଐତିହାସିକ ପଦକ୍ଷେପ : ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା

8

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଐତିହାସିକ ପଦକ୍ଷେପ ସ୍ୱରୂପ ଗଂଜାମ ଜିଲ୍ଲାରୁ ବାଲ୍ୟ ବିବାହ ପ୍ରଥା ବନ୍ଦ କରିଛନ୍ତି I ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି କି ଯେଉଁ ବ୍ୟକ୍ତି ମାନେ ବାଲ୍ୟ ବିବାହ ହେଉଥିବା ସମ୍ପର୍କରେ ସୂଚନା ଦେବେ ,ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ ସହିତ ତାଙ୍କ ନା କୁ ଗୋପନ ରଖାଯିବ I ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢି’ ଯୋଜନା କାର୍ଯକାରୀ ପରେ ୨୦୧୦ ମସିହାରେ ୪୫ଟି, ୨୦୨୦ ମସିହାରେ ୨୨୮ଟି ଓ ୨୦୨୧ ମସିହାରେ ୨୦୧ ଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ଟି ଶିଶୁ ବିବାହ ମୁକ୍ତ ୱାର୍ଡ ଓ ୫୦୩ ଟି ଶିଶୁ ବିବାହ ମୁକ୍ତ ପଞ୍ଚାୟତ ଗଢ଼ା ଯାଇଛି ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ। ଆଗାମୀ ଦିନରେ ଉକ୍ତ ନାବାଳିକାଙ୍କୁ ବୃତିଗତ ପରାମର୍ଶ ଦିଆଯିବ ।

Leave A Reply

Your email address will not be published.