ସନ୍ଦେହ ଘେର ରେ ଗାଙ୍ଗପୁର ଥାନା ଆଇଆଇସି ଙ୍କ ମୃତ୍ୟୁ

24

ଗତକାଲି ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ଙ୍କ ମୃତ୍ୟୁ ଘଟିଛି I ନିଜ ସର୍ଭିସ ବନ୍ଧୁକରୁ ଆଇଆଇସି ଙ୍କ ଅଂଟା ତଳକୁ ଦୁଇ ରାଉଣ୍ଡ ଗୁଳି ବାଜିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ I ଏହାପରେ ତାଙ୍କୁ ଆସ୍କା ମେଡିକାଲ କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଏହି ଅଭାବନୀୟ ଘଟଣାରେ ତାଙ୍କ ମା ଆଜି ଆଉ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି ଯାହା କି ଆଇଆଇସି ଦେବ ଗମାଙ୍ଗଙ୍କ ଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ଦେଖାଦେଇଛି I ସୂଚନାନୁସାରେ ଗତକାଲି ଆଇଆଇସି ମଧ୍ୟାହ୍ନ ଭୋଜନ ପାଇଁ ଥାନା ପରିସରସ୍ଥ ନିଜ କ୍ୱାଟର୍ସ କୁ ଯାଇଥିଲେ I ତାଙ୍କ ସହିତ ଆଉ ଦୁଇଜଣ ଥ୍ରୀ ଷ୍ଟାର ଅଧିକାରୀ ମଧ୍ୟ ଯାଇଥଲେ Iସେହି ସମୟରେ ତାଙ୍କ ମା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ I ତେବେ ତାଙ୍କ ମା’ଙ୍କୁ ବାଥ୍ ରୁମ୍ ଯିବାକୁ କହିଥିଲେ ଆଇଆଇସି । ଏହି ସମୟରେ ଗୁଳି ଶବ୍ଦ ଶୁଭିଥିଲା ,ସେ ଦୌଡ଼ି ଆସି ଦେଖିଲା ବେଳକୁ ତାଙ୍କ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା କଥା କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି କହିଛନ୍ତି ।

ତେବେ ଶନିବାର ଦିନ ପୌର ନିର୍ବାଚନ ଭୋଟ ଗଣତି ଥିବାରୁ ଶୁକ୍ରବାର ମଧ୍ୟାହ୍ନ୧୨ଟାରେ ଏସ୍‌ପି ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଏ ସମ୍ପର୍କରେ ପୁଲିସ୍‌ ଅଧିକାରୀମାନଙ୍କ ଆଲୋଚନା କରିଥିଲେ । ଗାଙ୍ଗପୁର ଥାନାରେ ନିଜେ ଥାନାଧିକାରୀ ଶ୍ରୀ ଗମାଙ୍ଗ ଉପସ୍ଥିତ ଥିଲେ ଏବଂ ତାଙ୍କ ସହ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନାଧିକାରୀ ଧୀରେଶ ଦାସ, ଗାଙ୍ଗପୁର ଥାନାର ଜଣେ ଏସ୍‌ଆଇ ଶୁଭ୍ରଜିତ୍‌ ସାମନ୍ତରାୟ ଏହି କନଫରେନସିଂରେ ଯୋଗ ଦେଇଥିଲେ । ଏସ୍‌ଡିପିଓ ଓ ଅନ୍ୟମା‌ନେ ଥାନାରେ ଉପସ୍ଥିତ ଥିଲାବେଳେ ଥାନାଧିକାରୀ ଶ୍ରୀ ଗମାଙ୍ଗ ନିଜ ସରକାରୀ କ୍ବାର୍ଟର୍ସକୁ ଖାଇବାକୁ ଯାଇଥିଲେ ।ବର୍ତ୍ତମାନ ପ୍ରନ୍ନ ଉଠୁଛି କିଏ ଏହି ଥ୍ରୀ ଷ୍ଟାର ୨ଜଣ ପୋଲିସ ଅଧିକାରୀ । ସେମାନେ କାହିଁକି ଦେବଙ୍କ ପାଖକୁ ଆସିଥିଲେ । ତାଙ୍କ ଉପସ୍ଥିରେ ଏହି ଗୁଳିକାଣ୍ଡ ହୋଇଥିଲା ନ ସେମାନେ ଚାଲି ଆସିବାପରେ ଏହି ଘଟଣା ଘଟିଛି I ଏହା ବାଦ ଗଂଜାମ ଏସ୍ପି ବ୍ରିଜେଶ ରୟ କହିିଥିଲେ କିଛି ଦିନ ହେଲା ଆଇଆଇସି ଦେବକୁମାର ମାନସିକ ଚାପରେ ଥିଲେ ।ତାହା କେତେଦୂର ଠିକ ଏବଂ ସେ କେଉଁ ପ୍ରକାର ମାନସିକ ଚାପରେ ଥିଲେ ? ତାଙ୍କ ମା’ଙ୍କୁ କାହିଁକି ସେଠାରୁ ବାଥରୁମ ପଠାଗଲା ?ଏହି ସମସ୍ତ ଘଟଣା ଏବେ ଅସ୍ପଷ୍ଟ ହୋଇ ରହିଛି । ଘଟଣା ପରେ ପ୍ରଥମେ କୁହାଯାଇଥିଲା ସର୍ଭିସ ରିଭଲଭର ସଫା କରୁଥିବା ବେଳେ ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଏହା ପରେ ପୁଣି କୁହାଗଲା ଯେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସଠିକ ତଦନ୍ତ ପରେ ଘଟଣାର ସତ୍ୟ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି I

Comments are closed, but trackbacks and pingbacks are open.