ସନ୍ଦେହ ଘେରରେ ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ: ବରିଷ୍ଠ ପୁଲିସ ଅଧିକାରୀ ଙ୍କ ର ରାତିଅଧିଆ ମିଟିଂ

37

ସନ୍ଦେହ ଘେରରେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଙ୍କ ମୃତ୍ୟୁ I ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ୩ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ଘଟଣା ଉପରୁ ଏ ଯାଏଁ ପରଦା ହଟିପାରି ନାହିଁ I ଘଟଣା ଅନୁସାରେ ଦେବ ଗମାଙ୍ଗ ତାଙ୍କ ସରକାରୀ କ୍ୱାଟର୍ସ କୁ ଖାଇବାକୁ ଯାଇଥିବା ବେଳେ ନିଜ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଆକସ୍ମିକ ମୃତ୍ୟୁକୁ ପରିବାର ଲୋକ ସହଜେ ଗ୍ରହଣ କରି ପାରୁ ନାହାନ୍ତି I ଦେବ ଗମାଙ୍ଗ ଙ୍କ ପତ୍ନୀ ନବରଙ୍ଗପୁର ଜିଲ୍ଲାର ଏକ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପଛର ସତ ପଦାକୁ ଆସୁ ବୋଲି ଦାବି ଜଣାଇଛନ୍ତି।
ତେବେ ଏ ସଂକ୍ରାନ୍ତରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ରାତି ଅଧିଆ ଏକ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ହେଉଛି । ଗତକାଲି ରାତିରେ ଭଂଜନଗର ନିକଟରେ ଏକ ଜଙ୍ଗଲ ଭିତରେ ଥିବା ଫରେଷ୍ଟ ଗେଷ୍ଟ ହାଉସରେ ପୁଲିସ ଅଧିକାରୀଙ୍କ ବୈଠକ ବସିଥିଲା । ଯେଉଁଥିରେ ଭଂଜନଗର ଏସଡିପିଓ, ଭଂଜନଗର ଆଇଆଇସି ମଧ୍ୟ ସାମିଲ ହୋଇଥିଲେ । ଗେଷ୍ଟ ହାଉସ୍ ବାହାରେ ଥିବା କିଛି ଗାଡ଼ିରୁ ଏଇ ବୈଠକରେ ପୁଲିସ୍‌ର ବଡ଼ ଅଧିକାରୀମାନେ ଉପସ୍ଥିତ ଥିବା ଅନୁମାନ କରାଯାଉଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ବୈଠକ ହୋଇଥିଲା, କେଉଁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।ଏହି ସନ୍ଦେହ ଜନକ ଗୁଳିକାଣ୍ଡ ଘଟଣା ବେଳେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଦେବ ଗମାଙ୍ଗଙ୍କ ସରକାରୀ କ୍ୱାଟର୍ସରେ ଉପସ୍ଥିତ ଥିବା, ସମ୍ପର୍କରେ ସେମାନଙ୍କ ଭୂମିକା ନେଇ ତଦନ୍ତ ଚଳାଇଛି ଏଚ୍ଆରପିସି ।

Comments are closed, but trackbacks and pingbacks are open.