ଗଣେଶ ‌ଜେନାଙ୍କୁ ମିଳିବ ବ୍ରିଗେଡିୟର୍‌ ଜ୍ଞାନ ସିଂହ ସମ୍ମାନ

892

ଭୁବନେଶ୍ବର, ୭/୧୧: ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ଆରୋହୀ ଗଣେଶ ଚନ୍ଦ୍ର ଜେନା ଦେଶର ଅନ୍ୟତମ ମର୍ଯ୍ୟଦାଜନକ ବ୍ରିଗେଡିୟର୍‌ ଜ୍ଞାନ ସିଂହ ନ୍ୟାସନାଲ୍ ଆଡଭେଞ୍ଚର୍‌ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ନ୍ୟାସନାଲ୍ ଆଡଭେଞ୍ଚର୍‌ ଫା‌ଉଣ୍ଡେସନ୍‌ (ଏନଏଏଫ୍‌) ପକ୍ଷରୁ ପ୍ରତି ବର୍ଷ ପ୍ରଦତ୍ତ ଏହି ପୁରସ୍କାର ପାଇବାରେ ଗଣେଶ ରାଜ୍ୟର ପ୍ରଥମ କ୍ରୀଡ଼ାବିତ୍‌ ହେବେ। ନଭେମ୍ବର ୨୭ ତାରିଖରେ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ୟୁଥ୍‌ ହଷ୍ଟେଲ୍ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପରିସରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଗଣେଶଙ୍କ ସହ ଅନ୍ୟତମ ସଫଳ ଦୁଃସାହସିକ କ୍ରୀଡ଼ାବିତ୍‌ ରୋହିତସ୍ବ ବିଶା ଏବଂ ମହିଳା ବିଭାଗ ପାଇଁ ଶିବାଙ୍ଗୀ ରାଣା ଏହି ପୁରସ୍କାର ପାଇବେ। ଦେଶର ପ୍ରଥମ ମହିଳା ବେସ୍‌ ଜମ୍ପର୍‌ ଅର୍ଚ୍ଚନା ସର୍ଦାନା ଏବଂ ନ୍ୟାସନାଲ୍ ଆଡଭେଞ୍ଚର୍‌ ଫା‌ଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ସଦସ୍ୟ ଅନୂଜା ସେହଗଲଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳି ଏହି ୩ ଜଣଙ୍କୁ ଚଳିତ ବ‌ର୍ଷର ବିଜେତା ଘୋଷଣା କରିଛନ୍ତି।

Comments are closed, but trackbacks and pingbacks are open.