Gadar 2 Vs OMG 2: ଜଣାନ୍ତୁ ବକ୍ସ କଲେକ୍ସନ

28

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ ‘ଗଦର-୨’ ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ ‘ଓଃ ମାଇଁ ଗଡ଼-୨ ‘ ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ ଭରପୁର ଥିବା ଫିଲ୍ମ ଗଦର-୨ । ତେବେ ଉଭୟ ଫିଲ୍ମ ଭଲ କଲେକସନ୍ କରିଥୀଲେ ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଉଛି ଗଦର-୨ । ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଦିନରେ ଉଭୟ ଫିଲ୍ମର ବକ୍ସ ଅଫିସରେ କେତେ ରୋଜଗାର କରିଛି ।

ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମା ଅଭିନୀତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୪୦ କୋଟି ଟଙ୍କା ରୋଜଗାର କରିଥିଲା । ଅନ୍ୟପକ୍ଷରେ, ଦ୍ୱିତୀୟ ଦିନରେ ଏହି ଫିଲ୍ମ ୪୫ କୋଟି ରୋଜଗାର କରିଛି। ଦୁଇ ଦିନ ମଧ୍ୟରେ ଫିଲ୍ମଟି ପ୍ରାୟ ୮୫ କୋଟିରୁ ଅଧିକ କଲେକସନ୍ କରିଛି । ଏଥି ସହିତ, ସପ୍ତାହ ଶେଷରେ ଏହି ଫିଲ୍ମଟି ପ୍ରାୟ ୧୭୫ କୋଟିରୁ ଅଧିକ ରୋଜଗାର କରିବ ବୋଲି ଆକଳନ କରିଛନ୍ତି ସିନେ ସମୀକ୍ଷକ ।

ସେପଟେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମଙ୍କ ଅଭିନୀତ ଫିଲ୍ମ ‘ଓଃ ମାଇଁ ଗଡ଼-୨ ‘ ପ୍ରଥମ ଦିନରେ ପ୍ରାୟ ୧୦ କୋଟି ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ ଏହାର ସଂଗ୍ରହ ପ୍ରାୟ ୧୫ କୋଟି ରହିଛି । ତେବେ, କହିବାକୁ ଗଲେ ଦୁଇ ଦିନରେ ଫିଲ୍ମଟି ପ୍ରାୟ ୨୫ କୋଟି ରୋଜଗାର କରିଛି ।  ସିନେ ସମୀକ୍ଷକମାନେ ଆକଳନ କରୁଛନ୍ତି ଯେ, ଅଗଷ୍ଟ ୧୫ ଛୁଟି ଦିନ ଥିବାରୁ ଫଲ୍ମଟି  ଅଧିକ ରୋଜଗାର କରିବ ।

ସନ୍ନି ଦେଓଲଙ୍କ ଗଦର-୨ ବକ୍ସ ଅଫିସରେ ଜବରଦସ୍ତ କଲେକସନ୍ କରୁଛି। ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ କଙ୍ଗନା ମଧ୍ୟ ‘ଗଦର-୨’କୁ ପ୍ରଶଂସା କରିଛନ୍ତି। ‘ଗଦର-୨’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ‘ଗଦର- ଏକ ପ୍ରେମ କଥା’ ମଧ୍ୟ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲେ। ବର୍ତ୍ତମାନ ୨୨ ବର୍ଷ ପରେ, ସେ ପୁଣି ଥରେ ତାର ଏବଂ ସାକିନାଙ୍କୁ ପରଦାରେ ଆଣିଛନ୍ତି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

Comments are closed, but trackbacks and pingbacks are open.