ମଙ୍ଗଳବାର ଦେଶରେ ସାମୟିକ ଭାବରେ ଜି-ମେଲ ସେବା ବନ୍ଦ

28

ଦେଶରେ ପ୍ରାୟ ଅନେକ ଅଂଚଳରେ ମଙ୍ଗଳବାର ଗୁଗୁଲର ମାଗଣା ଜି-ମେଲ ସେବା ହଠାତ ବନ୍ଦ ହୋଇ ଯାଇଥିଲା I ଫଳରେ ଲୋକେ ସେମାନଙ୍କ ମେଲ ପଠାଇବା ଓ ପାଇବାରେ ହଟହଟା ହୋଇଥିଲେ। ଡାଉନ ଡିଟେକ୍ଟର ଅନୁସାରେ ରିୟଲ ଟାଇମ ଆଉଟେଜ୍‌ ଟ୍ରାକ କରୁଥିବା ୱେବସାଇଟରୁ ମିଳୁଥିବା ତଥ୍ୟରେ ଏବେ ୬୮ ପ୍ରତିଶତ ୟୁଜର କିଛି ସମସ୍ୟାର ସମ୍ମୁଖୀନ ହେଉଥିବାର ସୂଚିତ କରୁଥିବା ବେଳେ ୧୮ ପ୍ରତିଶତ ସର୍ଭର କନେକ୍ସନର ସୂଚନା ଦେଉଛନ୍ତି। ୧୪ ପ୍ରତିଶତ ଲୋକେ ଲଗିନ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଇଛନ୍ତି।
ତେବେ କେବଳ ଭାରତ ନୁହେଁ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଲୋକେ ଜିମେଲ ଯୋଗୁ ଉପୁଜିଥିବା ସମସ୍ୟା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚିତ କରିଛନ୍ତି। ତେବେ ବାବଦରେ ଗୁଗଲ ଅଥବା ଜିମେଲ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ କରିନାହାନ୍ତି କି ୟୁଜରଙ୍କୁ ମଧ୍ୟ କୌଣସି ସୂଚନା ଦେଉ ନାହାନ୍ତି। କିନ୍ତୁ ଫେସବୁକ୍ ଓ ହ୍ୱାଟସ୍‌ ଆପ ସଠିକ କାମ କରୁଥିଲା I ସେହିପରି ଗତ ସପ୍ତାହ ରେ ସାରା ବିଶ୍ୱରେ ପ୍ରାୟ ୮ ଘଣ୍ଟା ଧରି ସୋସିଆଲ ମିଡ଼ିଆ (ଫେସବୁକ ,ଇନ୍ସଟାଗ୍ରାମ,ହ୍ୱାଟ୍ସ ଆପ ) ସେବା ଠପ ହୋଇଯାଇଥିଲା Iଏହାପରେ ଫେସବୁକ ପ୍ଲାଟଫର୍ମ ପକ୍ଷରୁ ଟ୍ୱିଟ କରି କ୍ଷମା ପ୍ରାର୍ଥନା ସହ କୁହାଯାଇଥିଲା କି ସରଭର ଡାଉନ ଯୋଗୁ ଏହି ଅସୁବିଧା ଉପୁଜିଥିଲା I
ତେବେ ବର୍ତମାନ ସୁଦ୍ଧା କେତେକ ସ୍ଥାନରେ ଜିମେଲ ପୁଣି ଆକ୍ସେସ୍‌ ହେଉଥିବାର ମଧ୍ୟ ସୂଚନା ଆସିଲାଣି।


Leave A Reply

Your email address will not be published.