ତେଲ ପକାଇବାକୁ ନେଇ ପେଟ୍ରୋଲ ପମ୍ପ ରେ ଗଣ୍ଡଗୋଳ : କର୍ମଚାରୀ ଙ୍କୁ ଗୁଳି ଚଳାଇ ଖସିଗଲେ ଦୁର୍ବୃତ୍ତ

30

ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ବମିଖାଲ ପେଟ୍ରୋଲ ପମ୍ପ ରେ ଗୁଳିମାଡ଼ ହୋଇଛି I ଗୁଳିମାଡ଼ କରି ଖସି ଯାଇଛନ୍ତି ଦୁର୍ବୃତ I ଘଟଣା ଅନୁସାରେ ଗାଡିରେ ତେଲ ପକାଇବାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ଝାରପଡା ଓଭର ବ୍ରିଜ ନିକଟ ପେଟ୍ରୋଲ ପମ୍ପରେ ଗୁଳିମାଡ ହୋଇଛି । ଏହି ଗୁଳିମାଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ହୋଇଛନ୍ତି । ନୂଆପଲ୍ଲି ଅଂଚଳର ବିଶ୍ୱଜିତ ବେହେରାଙ୍କ ବାମଗୋଡ ଗୋଇଠିରେ ଗୁଳି ବାଜିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲକ୍ଷ୍ମୀସାଗର ଓ ବରଗଡ ଥାନା ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

Comments are closed, but trackbacks and pingbacks are open.