ଭୁବନେଶ୍ବର: ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କୁହାଯାଏ ଯେ, ତିନିଠାକୁରଙ୍କୁ ଜର ହେବାରୁ ସେମାନେ ଅଣସର ଘରେ ଔଷଧ ସେବନ କରିବେ। ଏହି ସମୟରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ସେଥିପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲରାନାଥଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ଶ୍ରୀଜୀଉ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ଅଣସର ଘରେ ରହି ଚିକିତ୍ସା କରାଯିବ। ଏହି ସମୟରେ ତାଙ୍କୁ ଔଷଧ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରାରେ ଯିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।
Comments are closed, but trackbacks and pingbacks are open.