ଆସନ୍ତାକାଲିଠୁ ସ୍ପେଶାଲ ଓଜେଇଇ ପରୀକ୍ଷା, ରାଜ୍ୟର ୨୮ ଟି ସହରରେ ହେବ କେନ୍ଦ୍ର

112

ଆସନ୍ତାକାଲିଠୁ ରାଜ୍ୟରେ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା । ମୋଟ୍‌ ୨୮ ହଜାର ୨୬୦ ଜଣ ପରୀକ୍ଷା ଦେବେ । ରାଜ୍ୟର ୨୮ଟି ସହରରେ ୩୮ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏହାଛଡା ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଲେଖାଏ ସେଣ୍ଟର କରାଯାଇଛି । ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା।

ଆଡମିଟ୍ କାର୍ଡଗୁଡ଼ିକର ଡାଉନଲୋଡ୍ ଆଜି କରିପାରିବେ ପରୀକ୍ଷାର୍ଥୀ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.