ଆଜିଠାରୁ ଏହି ୫ ଟି ରାଶିର ଭାଗ୍ୟ ହେବ ଉଜ୍ଜ୍ୱଳ,ବୃହସ୍ପତି ହେବେ ପ୍ରସନ୍ନ

19

ଗତକାଲି ଅର୍ଥାତ୍ ଫେବୃଆରୀ ୧୯ , ୨୦୨୨ ଠାରୁ ଦେବ ଗୁରୁ ବୃହସ୍ପତି କୁମ୍ଭ ରାଶିରେ ଅସ୍ତ ହୋଇଛନ୍ତି । ବର୍ତ୍ତମାନ ସେ ୨୨ ମାର୍ଚ୍ଚ ୨୦୨୨ ରେ ଏକ ମାସ ପରେ ଉଦିତ ହେବେ I ଯଦିଓ ଦେବଗୁରୁ ବୃହସ୍ପତିଙ୍କ ଅସ୍ତ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି ମାନାଯାଇଥାଏ , କିନ୍ତୁ ଏଥର ଏହି ପରିବର୍ତ୍ତନ ୫ ଟି ରାଶି ପାଇଁ ହେବ ଅତ୍ୟନ୍ତ ଫଳପ୍ରଦ I ଆସନ୍ତୁ ଜାଣିବା ଏହି ୫ ଟି ରାଶି ବିଷୟରେ :

ବୃଷ : ବୃହସ୍ପତିଙ୍କ ଙ୍କ ଅସ୍ତ, ବୃଷ ରାଶିର ବ୍ୟକ୍ତି ଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ I ଏହି ପରିବର୍ତ୍ତନ କେବଳ ଶୁଭ ନୁହେଁ, ବରଂ କେତେକ କ୍ଷେତ୍ରରେ ଭାଗ୍ୟର ପରିବର୍ତ୍ତନ କରିବ I ଚାକିରିରେ ବହୁତ ଫଳପ୍ରଦ ପରିବର୍ତ୍ତନ ହୋଇପାରେ I ଉଚ୍ଚ ପଦାକୁ ଯାଇ ପାରନ୍ତି I ଏହା ସହିତ ପ୍ରଚୁର ଅର୍ଥ ଲାଭ ହେବ I

ମିଥୁନ: ବୃହସ୍ପତିଙ୍କ ପରିବର୍ତ୍ତନ ମିଥୁନ ରାଶିର ଲୋକଙ୍କ ପାଇଁ ସୌଭାଗ୍ୟ ନେଇ ଆସୁଛି I ସେମାନଙ୍କର ଆର୍ଥିକ ସ୍ଥିତି ଏବଂ ବୃତ୍ତିରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ ଇ ଆର୍ଥିକ ସ୍ଥିତି ସୁଦୃଢ ହେବ I

ତୁଳା : ତୁଳା ରାଶିର ଲୋକଙ୍କ ପାଇଁ ବୃହସ୍ପତିଙ୍କ ସ୍ଥିତିରେ ପରିବର୍ତ୍ତନ ଫଳରେ ପ୍ରଚୁର ଅର୍ଥ ଲାଭ ଯୋଗ ନେଇ ଆସୁଛି I | ସେମାନେ ବିପୁଳ ପରିମାଣରେ ଅର୍ଥ ସଂଚୟ କରିବାରେ ସକ୍ଷମ ହେବେ I

ବିଛା :ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ I ପାରିବାରିକ ସୁଖ ଲାଭ ସାଙ୍ଗକୁ ପ୍ରଚୁର ଅର୍ଥ ଲାଭ ହେବ I

ମକର : ସମୟ ଉତ୍ତମ ରହିବ I ଆୟ ବୃଦ୍ଧି ହେବ I ପ୍ରଚୁର ଅର୍ଥ ଲାଭ ଯୋଗ ରହିଛି I ପାରିବାରିକ ଜୀବନ ସୁଖମୟ ହେବ I

Comments are closed, but trackbacks and pingbacks are open.