ସମ୍‌ ହସ୍ପିଟାଲ ରୁ ସୁସ୍ଥ ହେଲେ ୩ ଓମିକ୍ରନ୍‌ ଆକ୍ରାନ୍ତ

23

ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩ ଓମିକ୍ରନ୍‌ ଆକ୍ରାନ୍ତ କରୋନାକୁ ହରାଇଛନ୍ତି । ସନ୍ଧ୍ୟାରେ ସୁସ୍ଥ ହୋଇ ରାଜଧାନୀର ଏହି ମାଆ ଓ ଦୁଇ ଶିଶୁ ଘରକୁ ଫେରିଛନ୍ତି । ସେମାନେ ନାଇଜେରିଆରୁ ଫେରିଥିଲେ । ସେମାନଙ୍କଠାରେ ପଜିଟିଭ୍‌ ଚିହ୍ନଟ ପରେ ଜେନମ୍‌ ସିକ୍ୟୁଏନ୍ସିଂ ପାଇଁ ଯାଇଥିଲା । ଓମିକ୍ରନ୍‌ ଜଣାପଡିବା ପରେ ସମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ତାଙ୍କର ଚିକିତ୍ସା ଚାଲିଥିଲା ।

ସୂଚନାଯୋଗ୍ୟ ଯେ, ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଓମିକ୍ରନ୍‌ ମ୍ୟୁଟାଣ୍ଟ ଏବେ ଭାରତରେ ଧୀରେ ଧୀରେ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ଏବେ ଯାଏଁ ଏହି ସଂଖ୍ୟା ୬୧ ରେ ପହଞ୍ଚିଲାଣି । ଯାହାକୁ ନେଇ ସରକାର ତତ୍ପର ହୋଇଉଠିଛନ୍ତି ।

ସେପଟେ ଓମିକ୍ରନ୍‌ ଓ ଦୈନିକ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କୋଭିଡ଼ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଅନେକ ଦିଗ ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏପରିକି ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହରୀ ପରି ଯଦି ତୃତୀୟ ଲହରୀ ଆସେ । ତେବେ ଆମେ ଦୃଢତାର ସହ ମୁକାବିଲା କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.