ରଥଖଳାରୁ:ରଥନିର୍ମାଣକାର୍ଯ୍ୟ ୫୩ ତମ ଦିବସ

47

*ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା-୭୭*ତିନିରଥର  ମୋଟ ଭୋଇ   -୭୭*ତିନିରଥର ମୋଟ କରତି    –  ୪*ତିନିରଥର ମୋଟ ରୂପକାର-୧୯*ତିନିରଥର ମୋଟ କମାର   – ୧୭*ତୁମ୍ବ ବିନ୍ଧ କାରିଗର            –    ୧*ପାହି ମହାରଣା                  –    ୨*ରଥଖଳା ସହାୟକ(ପାଣିବାଲା)୧                             ମୋଟ-୧୯୮(ସବୁଦିନପରି ଆଜି ସକାଳ ୮ଟାରେତିନିରଥର ନିର୍ମାଣକାରୀ ଦଳ ରଥଖଳାଠାରେ ଉପସ୍ଥିତ ହୋଇ ରଥନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେପରେ ପରେ ନିର୍ମାଣକାରୀଙ୍କ ଉପସ୍ଥାନ ନିଆଯାଇଥିଲା)     

 *ରଥ ନିର୍ମାଣ ଅଗ୍ରଗତି*(ତିନିରଥର ଉପର ଅଂଶ (କନା ପଡିବା ପୂର୍ବରୁ) ହାତିଆଳ ମାଳବା ବତାଫାଳିଆ କାଠ ବଟନ୮ଟି ଲେଖାଁଏ ପଡିବାସହ, ବଡଧରାପୋଟଳ ଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତତିନିରଥ କୋଣ ଗୁଡିକରେ ତିନୋଟିଲେଖାଁଏ ମଣ୍ଡଣି ବଟନ ପଡିଥିଲା..)*   ଆଜି ତିନିରଥ ରେ କଳସ ,ଓଲଟ ଶୁଆ ଏବଂ ଅଁଳା ଉଠିଅଛି।ଏଥିସହ ହାତିଆଳ ମାଳ ଏବଂକଣ ବତା ଗୁଡିକ ସେଟିଙ୍ଗ କରାଯାଇକଣ୍ଟା ବାଡ଼ିଆ ସମ୍ପୂର୍ଣ ହୋଇଅଛି।*ତିନିରଥର ବେଦି ପାର୍ଶ୍ୱ ପଟା ତଳେହଂସ ପଟା ବାଡ଼ିଆ ସମ୍ପୂର୍ଣ ହୋଇଅଛି*ଏଥିସହ ତିନିରଥର ଘୋଡା ସେଟିଙ୍ଗ ପାଇଁ ଜୁଆଳି ଏବଂ ଇଶ ନିର୍ମାଣ ଶେଷ ହୋଇଅଛି ।*ଏଥିସହ ଘୋଡାକୁ ଉଠାଇ ସେଟିଙ୍ଗସମୟରେ ଟେକି ଧରିବାକୁ ଦୁଇଟିଲେଖାଁଏ ଆଶା ବାଡ଼ି ନିର୍ମାଣ ଶେଷହୋଇଅଛି।*ଏଥିସହ ତିନିରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇ ସେଥିରେରଙ୍ଗ କାର୍ଯ୍ୟ ହେଉଅଛି ।  *ରୂପକାର**ଆଜି ତିନିରଥର ରୂପକାର ମାନେତିନିରଥର ପ୍ରଭା ରେ ରୂପ ଖୋଦେଇଶେଷ କରି ଚିତ୍ରକାର ସେବକମାନଙ୍କୁଯୋଗାଇଛନ୍ତି।*ଚିତ୍ରକାର*   * ଆଜି ତିନିରଥର ଚିତ୍ରକାର ମାନେତିନିରଥ ପ୍ରଭାରେ ଖୋଦିତ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଆରମ୍ଭକରିଛନ୍ତି।*ନନ୍ଦିଘୋଷ ରଥର ସିଂହାସନବେଦି ଚାରିପଟ ଗାଈ ଗୋଠ ଚିତ୍ରଅଙ୍କନ ଶେଷ ହୋଇ,ନନ୍ଦିଘୋଷରଥର ବ୍ରେକ ର ରଙ୍ଗ କାର୍ଯ୍ୟ ସହସେଥିରେ ହାତୀ ମାଳ ଚିତ୍ର ଅଙ୍କନଶେଷ ହୋଇଅଛି।*ଚିତ୍ରକାର ସେଵକ ମାନେ ତିନିରଥଚକ, ଦଣ୍ଡା, ଚାରିନାହାକା, ଚଉଦନାହାକା,ଗୁଡିକରେ ରଙ୍ଗ କାର୍ଯ୍ୟସହ ଘଣ୍ଟି, ପିତଳ କଳସ ଆଦିରେରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେପହଂଚିଛି।*ଦରଜୀ*   ତିନିରଥର ଦରଜୀ ସର୍ଦାରଶ୍ରୀପ୍ରକାଶ ମହାପାତ୍ରଙ୍କ ତତ୍ୱାବଧାନରେ ୧୮ ଜଣ ଦରଜିସେଵକ ତିନିରଥର ୧୨ ଟି ଦୁଆର-ବେଢ଼ା ମାପ ପ୍ରକାରେ କନା କଟିଙ୍ଗପରେ ସେଥିରେ ଲେସ ଚିକଣ ସିଲଭର ଜରି ଫୁଲ, ଫୁଲ ଡାଳିପଡି ଦୁଆର ବେଢ଼ା କାମ ଶେଷହୋଇଅଛି, ଏଥିସହ ତିନିରଥର୧୨ଟି ଚନ୍ଦ୍ରଶାଳୀ ଏବଂ ୧୨ ଟିଅଁଳାଶ୍ରୀ କାମ ଶେଷ ହୋଇକନକ ମୁଣ୍ଡି ପାଇଁ ଚାନ୍ଦୁଆ, ଉଡାଚାନ୍ଦୁଆ, ସାରଥୀ ପୋଷାକ , ମଗରବତା,ଧ୍ୱଜ, ପତାକା (ଚନ୍ଦ୍ରଶାଳୀ ଉପର) ଏବଂ ଲାଗିଲୁଗା ସିଲେଇ କାର୍ଯ୍ୟ ଜାରୀ ରଖି ଛନ୍ତି। *କମାର ଶାଳ*       ଦୋଳବେଦୀ ସ୍ଥ ଅସ୍ଥାୟୀ କମାରଶାଳରେ ଓଝା ମାନେ ତିନିରଥର କଳସ ଏବଂ ଓଲଟଶୁଆ  ରଥରେଫିଟିଙ୍ଗ ପାଇଁ ନାରଜ କଣ୍ଟା ୪ ଟିଲେଖାଁଏ ୧୨ଟି ତିନିରଥର ମହାରଣାମାନଙ୍କୁ ଯୋଗାଇବା ସହ ତିନିରଥର ପ୍ରଭା ଫିଟିଙ୍ଗ ପାଇଁ ପ୍ରଭାକଣ୍ଟା୪ ଗୋଟି ଲେଖାଁଏ ୧୨ ଗୋଟି କଣ୍ଟାନିର୍ମାଣ ଜାରୀ ରଖିଛନ୍ତି। (ଆଜି ରଥ ଚାଳିରେ କାଠ ନିର୍ମାଣକାର୍ଯ୍ୟ ଶେଷ ହୋଇଥିବାରୁ ଚାଳିରୁଛାଞ୍ଚ ଛପର ଖୋଲାଯାଇଅଛି)

Comments are closed, but trackbacks and pingbacks are open.