ରଥଖଳାରୁ:ରଥନିର୍ମାଣ କାର୍ଯ୍ୟ ୫୪ ତମ ଦିବସ

56

ରଥଖଳାରୁ:ରଥନିର୍ମାଣକାର୍ଯ୍ୟ*            *୫୪ ତମ ଦିବସ**ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା-୭୮*ତିନିରଥର ଭୋଇ ସେଵକ  -୭୭*ତିନିରଥର କରତି               –   ୪*ତିନିରଥର ରୂପକାର          – ୧୯*ତିନିରଥର ଓଝା ମହାରଣା- ୧୭*ତୁମ୍ବ ବିନ୍ଧ କାରିଗର            –   ୧*ପାହି ମହାରଣା                  –   ୨*ସହାୟକ(ପାଣିବାଲା)       –   ୧                              ମୋଟ-୧୯୯

(ସବୁଦିନପରି ସକାଳ ୮ ଟାରେ ରଥନିର୍ମାଣକାରୀ ଦଳ ରଥଖଳା ଠାରେଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟରେଯୋଗ ଦେଇଥିଲେ,ପରେ ପରେନିର୍ମାଣକାରୀ ଙ୍କ ଉପସ୍ଥାନ ନିଆଯାଇଥିଲା)      *ରଥ ନିର୍ମାଣ ଅଗ୍ରଗତି*ଆଜି ତିନିରଥର ଡେରା ‘ମେଣ୍ଢି’କଢ଼ାଯାଇଅଛି।( ଏହି ମେଣ୍ଢି-ତିନିରଥର ଦଣ୍ଡା ଫ୍ରେମ ତଳେ,ତିନିରଥର ତିନି ଭୁଇଁ ଉଠିବା ସମୟରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଅଖ ଉପରେଅଧିକ ପ୍ରେସର ନପଡ଼ିବା ପାଇଁ କାଠଢ଼େରା ବା ମେଣ୍ଢି ଲଗାଯାଇଥିଲା)* ଏଥିସହ ଆଜି ତିନିରଥର ତିନିପାର୍ଶ୍ୱରେ ୨୭ ଗୋଟି ଶିଖର ଡମ୍ବରୁ(ପାର୍ଶ୍ୱ ଦେବ ଦେବୀଙ୍କ ଆସ୍ଥାନ),ଫିଟିଙ୍ଗ ହେବାପରେ ସେଥିରେପାର୍ଶ୍ୱ ଦେବ ଦେବୀ ଙ୍କୁ ସ୍ଥାପନ

କରାଯାଇଅଛି।*ଚିତ୍ରକାର*    ତିନିରଥର ୩୫ ଜଣ ଚିତ୍ରକାରତିନିରଥର ପ୍ରଭା ରେ ରୂପ ଖୋଦେଇଅଂଶରେ ରଙ୍ଗ ଚିତ୍ର ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିସହ ଚିତ୍ରକାର ମାନେ ତିନିରଥ ଚକ, ମୁହାଁଟ, ଘୋଡା ଏବଂ ସାରଥୀ ରେ ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। *ଦରଜୀ*      ତିନିରଥର ଦରଜୀ ସେଵକ ମାନେ ତିନିରଥର ୨୪ ଟି ବତା କନାରେ ୭୨ ଟି କଳସ ପଟି ଲାଗିଶେଷ କରିଛନ୍ତି, ଏଥିସହ ତିନିରଥର ୧୨ ଟି ଦୁଆର ବେଢ଼ା ମାପ ପ୍ରକାରେ କନା କଟିଙ୍ଗ ପରେ ସେଥିରେ ଲେସ, ଚିକଣ ସିଲଭରଜରି ରେ ଫୁଲ ଡାଳି ପଡି ଦୁଆର ବେଢ଼ା କାମ ଶେଷ ହୋଇଅଛି।ଏଥିସହ ତିନିରଥର ୧୨ ଚନ୍ଦ୍ର ଶାଳୀଏବଂ ୧୨ ଟି

ଅଁଳା ଶ୍ରୀ ପାଇଁ କନାକାର୍ଯ୍ୟ ଶେଷ ହେବା ସହ ପୋଟଳକନା କାର୍ଯ୍ୟ ଶେଷ ହୋଇ କନକମୁଣ୍ଡି ପାଇଁ ଚାନ୍ଦୁଆ, ଉଡା ଚାନ୍ଦୁଆ,ସାରଥିଙ୍କ ପାଇଁ ପୋଷାକ ଏବଂଲାଗିଲୁଗା ସିଲାଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। *କମାର ଶାଳ*     ତିନିରଥର ଓଝା ମହାରଣା ମାନେଆଜି ୧୨ ଗୋଟି କୋଠ ସୁଆଁସିଆଛୁରୀ,୬ଗୋଟି ହାତୁଡି ଏକ ଗୋଟିକଟୁରୀ ନିର୍ମାଣ ସହ ତିନି ରଥଭୋଇ ସେବକଙ୍କ ପାଇଁ କତା କାଟିବାଏବଂ ଚାର କାଟିବା ନିମନ୍ତେ ୩ ଗୋଟିକଟୁରି ନିର୍ମାଣ କରିଛନ୍ତି।

Comments are closed, but trackbacks and pingbacks are open.